ବିଭିନ୍ନ ଦାବି ନେଇ ମେସ୍କୋ ଷ୍ଟିଲ କର୍ମଚାରୀ ଙ୍କ ଧାରଣା

ଭୁବନେଶ୍ୱର, ମେସ୍କୋ କାରଖାନାକୁ ତୁରନ୍ତ ଉତ୍ପାଦନ କ୍ଷମ କରାଇବା,କର୍ମଚାରୀଙ୍କ ତିନି ବର୍ଷର ବକେୟା ଦରମା ସହ ଇପିଏଫ୍ ପ୍ରଦାନ,ଦରମା ନ ମିଳିବା ପର୍ଯ୍ୟନ୍ତ ରେଲ୍ ସାଇଡିଂକୁ ବନ୍ଦ ରଖାଯିବା ଆଦି ବିଭିନ୍ନ ଦାବି ନେଇ ମେସ୍କୋ ଇସ୍ପାତ କାରଖାନା, କଳିଙ୍ଗନଗର, ଯାଜପୁରର କର୍ମଚାରୀ ମାନେ ଏକାଠି ହୋଇ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଶୋଭାଯାତ୍ରା କରିବା ସହ ଧାରଣା ଦେଇଥିଲେ । କମ୍ପାନୀ କତ୍ତୃପକ୍ଷଙ୍କ ମନମାନୀ ଏବଂ ସ୍ଥାନୀୟ ପ୍ରଶାସନର ଭୂଲ୍ ନିଷ୍ପତ୍ତି ଯୋଗୁଁ ମେସ୍କୋ ଭଳି ଏକ ଲାଭ ଦାୟକ କମ୍ପାନୀକୁ କ୍ଷତିର ଆଳ ଦେଖାଇ ବିଗତ ୨୦୧୯ ମସିହାରୁ ଏହାର ଉତ୍ପାଦନକୁ ହଠାତ୍ ବନ୍ଦ କରି ଦିଆ ଯାଇଅଛି। ଫଳର କାରଖାନାର ନିୟମିତ ୧୦୦୦ ରୁ ଅଧିକ ଶ୍ରମିକ ଏବଂ କର୍ମଚାରୀ ଏବେ ଭୋକ ଉପାସରେ କାଳତିପାତ କରୁଛନ୍ତି l ଅପର ପକ୍ଷେ , ସ୍ଥାନୀୟ ପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷ ଚଞ୍ଚକତା କରି କମ୍ପାନୀର ରେଲ୍ ସାଇଡିଂକୁ କାର୍ଯ୍ୟକ୍ଷମ କରାଇ ପ୍ରତି ବର୍ଷ ହଜାର ହଜାର କୋଟି ଟଙ୍କାର ଲାଭ ନେଉଛନ୍ତି । ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ, ରେଲ୍ ସାଇଡିଂ ଚାଲୁ ହେଲେ ନିୟମିତ ଭାବେ ଦରମା ମିଳିବ ବୋଲି ସ୍ଥାନୀୟ ପ୍ରଶାସନର ଉପସ୍ଥିତିରେ ବିଗତ ଦିନରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲେ ମଧ୍ୟ ୨୦୨୦ ମସିହାରୁ ଏଯାବତ୍ ଆମ୍ଭମାନଙ୍କୁ ଦରମା ମିଳୁନାହିଁ । ଏଥିପାଇଁ ଆମ୍ଭେମାନେ ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ମନ୍ତ୍ରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସେମାନେ କେବଳ ତିନି ବର୍ଷ ଧରି ନୀରବଦ୍ରଷ୍ଟା ସାଜିଛନ୍ତି , ଆମମାନଙ୍କ ଦୁଃଖ ଦୁର୍ଦଶା ପ୍ରତି କର୍ଣ୍ଣପାତ କରୁ ନାହାନ୍ତି । ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ କର୍ମଚାରୀ ମାନଙ୍କ ତରଫରୁ ଦାବି ହୋଇଛି ।

ରିପୋର୍ଟ – ବିଜୟ ନନ୍ଦ, ଭୁବନେଶ୍ୱର।

Leave a Reply

Your email address will not be published. Required fields are marked *