ଜିଲ୍ଲା ସ୍ତରୀୟ ପି ଏମ କିସାନ ଉତ୍ସବ

ଜିଲ୍ଲା ସ୍ତରୀୟ ପି ଏମ କିସାନ ଉତ୍ସବ
ଚାଷୀଙ୍କୁ ୨୨ ତମ ପିଏମ୍ କିଷାନ୍ ସମ୍ମାନନିଧି କିସ୍ତି ପ୍ରଦାନ
ନବରଙ୍ଗପୁର ତା ୧୩.୩.୨୦୨୬ : ଆଜି ପିଏମ୍ କିସାନ୍ ସମ୍ମାନନିଧି ର ୨୨ତମ କିସ୍ତି ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ଗୌହାଟୀ ଠାରୁ ପ୍ରଦାନ କରିଛନ୍ତି । ଯାହାର ସିଧା ପ୍ରସାରଣ ଆଭାସୀ ଜରିଆରେ ନବରଙ୍ଗପୁରସ୍ଥିତ ଜିଲ୍ଲା ମିଶନ୍ ଶକ୍ତି ସମ୍ମିଳନୀ କକ୍ଷ ପରିସରରେ ଆୟୋଜିତ ହୋଇଥିଲା । ଏହି ଯୋଜନାରେ ୪ ମାସକୁ ୨୦୦୦/- ଟଙ୍କା ହିସାବରେ ଏକ କିସ୍ତି ପ୍ରଦାନ କରାଯାଇଥାଏ । ଏହି ୨୨ତମ କିସ୍ତିରେ ନବରଙ୍ଗପୁର ଜିଲ୍ଲାର ମୋଟ ୧,୦୪,୩୬୪ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସର୍ବମୋଟ ୨୦କୋଟି ୮୭ଲକ୍ଷ ୨୮ହଜାର ଟଙ୍କା ପ୍ରଦାନ କରାଗଲା ।
ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା କୃଷି ବିଭାଗ ତଥା କୃଷି ବିଜ୍ଞାନ କେନ୍ଦ୍ର, ନବରଙ୍ଗପୁର ର ମିଳିତ ଆନୁକୁଲ୍ୟରେ ସଂଗଠିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ ଏବଂ ନବରଙ୍ଗପୁର ବିଧାୟକ ପ୍ରତିନିଧି ଜଗଦୀଶ ଚନ୍ଦ୍ର ବିଷୋୟୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ୧୦୦ ରୁ ଉର୍ଦ୍ଧ୍ୱ ପି ଏମ କିସାନ ହିତାଧିକାରୀ ଯୋଗଦାନ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧିର ରଞ୍ଜନ ବେହେରା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ସଭାରେ ସି ଡି ଭି ଓ ରାଧେଶ୍ୟାମ ଲାଇକ,ଡି ଆଇ ପି ଆର୍ ଓ ମନୋଜ ବେହେରା, ଅତିରିକ୍ତ ଉପ ଜିଲ୍ଲାପାଳ ଶରତ ମାଝୀ,ଏ ଡି ଏଚ ଶୁଭେନ୍ଦୁ ବିଶ୍ୱାସ ଙ୍କ ସମେତ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଗଣ ତଥା କୃଷି ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *