ପ୍ରଥମ ପର୍ଯ୍ୟାୟରେ ପୁରୀକୁ ଗଲା ରଥକାଠ ଫାଶି

ପ୍ରଥମ ପର୍ଯ୍ୟାୟରେ ପୁରୀକୁ ଗଲା ରଥକାଠ ଫାଶି

ଗଣିଆ ୧୮/୦୩-ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ପ୍ରତି ବର୍ଷ ନୟାଗଡ଼ ଜିଲ୍ଲା ଗଣିଆ ଓ ଛାମୁଣ୍ଡିଆ ବନାଞ୍ଚଳ ରୁ ଗଛ କଟାଯାଇଥାଏ । ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ଗଣିଆ ବନବିଭାଗ ତରଫରୁ ରଥକାଠ କଟା ଯାଇଥିବା ଜଣାପଡିଛି ‌। ଗଣିଆ ବ୍ଳକର ୪ ଜଣଙ୍କ ଘରୁ ଫାଶି କାଠ କଟାଯାଇଥିଲା । ସେମାନଙ୍କ ମଧ୍ୟରୁ ପତଣ୍ଡା ଗ୍ରାମର ଅଖିଳ କୁମାର ପଣ୍ଡା,କାଳିଆପଡାର ପ୍ରମୋଦ ସେନାପତି ଓ ଭରତ ନାୟକ, ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ମନ୍ଦରଦର ପ୍ରଧାନଙ୍କ ବାରିପଟୁ ୪ ଲଗ୍ ଫାଶି କାଠ କଟାଯାଇଥିଲା । ଦୀର୍ଘ ଦିନ ହେବ ବନବିଭାଗ ତରଫରୁ କାଠ ଚିହ୍ନଟ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ନିଜ ବାରିରୁ ମହାପ୍ରଭୁଙ୍କର ରଥ ନିର୍ମାଣ ପାଇଁ କାଠ ଦାନ କରିଥିବାରୁ ଆନନ୍ଦରେ ଉଲ୍ଲସିତ ହୋଇଥିବା ପ୍ରକାଶ କରିଛନ୍ତି କାଳିଆପଡା ଗ୍ରାମର ପ୍ରମୋଦ ସେନାପତି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *