ପୁରୀ ସମୁଦ୍ରରେ ପୁଣି ଅଘଟଣ
ପୁରୀ ସମୁଦ୍ରରେ ପୁଣି ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ଭାସିଗଲେ ତିନିଜଣ ପର୍ଯ୍ୟଟକ। ରିପ୍ କରେଣ୍ଟ ସହ ଉଚ୍ଚ ଜୁଆରରେ ପଡ଼ି ଦୁଇଜଣ ଯୁବକ ଏବଂ ଜଣେ ଯୁବତୀ ଭାସି ଯାଉଥିବା ବେଳେ ଲାଇଫଗାର୍ଡ ମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ। ଆଜି ଅପରାହ୍ନରେ ଚକ୍ରତୀର୍ଥ ବେଳାଭୂମିରେ ଏହି ପର୍ଯ୍ୟଟକମାନେ ସ୍ନାନ କରୁଥିବା ବେଳେ ବୁଡ଼ି ଯାଇଥିଲେ। ଲାଇଫଗାର୍ଡ ମାନେ ସମସ୍ତଙ୍କୁ ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା ଯୋଗାଇଛନ୍ତି। ସମସ୍ତ ପର୍ଯ୍ୟଟକ ସୁସ୍ଥ ଥିବା ଜଣାପଡିଛି।
