କାନଶିରୀ ଶାଗ ଓ କଲୁରିବେଣ୍ଟ

     କାନଶିରୀ ଶାଗ ଓ କଲୁରିବେଣ୍ଟ

🖊️କବିରତ୍ନ ନୂତନ କୁମାର ବେହେରା

କାନଶିରୀ ଶାଗ ଓ କଲୁରିବେଣ୍ଟ
କହିଲେ ବୁଝିବେନି ଆଜିର ପିଲେ
ଘର ବାଡ଼ି ବଗିଚାରେ ମିଳିବା ହୁଏ କଷ୍ଟ
ଅନାବନା ଗୁଳ୍ମ ଲତା ଭର୍ତ୍ତି ଘର ବାଡ଼ି
ହାଟ ବଜାରରୁ କିଣୁ ପରିବା ପତ୍ର
ମୁଷ୍ଟିମେୟ ଚାଷିଙ୍କୁ ଛାଡ଼ି ଦେଲେ
ସଭିଏଁ କରୁ ବଜାର ଉପରେ ନିର୍ଭର
କାନଶିରୀ ଶାଗ ଓ କଲୁରିବେଣ୍ଟ
ଭାତ କି ପଖାଳ ସାଥୀରେ ଖାଇ
ଦିନ ବିତୁଥିଲା ଗରିବ ଗୁରୁବାଙ୍କର
ସାଥୀରେ କୁନ୍ଦୁରି କଞ୍ଚା କଦଳୀ
ଲାଉ କଖାରୁ ବୋଇତାଳୁ ସଜନା ଛୁଇଁ
ଭେଣ୍ଡି ଜହ୍ନି କାକୁଡି ଆଦି ଯେତେ
ଦେଖିବାକୁ ମିଳୁ ନ ଥିଲା ଗାଁ ହାଟରେ
ସଭିଏଁ ବାଡ଼ି ବଗିଚାରେ କରୁଥିଲେ ଚାଷ
ଏବେ ତ ବଜାରରେ ଏ ସବୁ ମହଙ୍ଗା
ଦରଦାମ୍ ତାର ସବୁବେଳେ ଚଢ଼ା
ନକରି ବାଡ଼ିରେ ଚାଷ ହେଉ ଛାନିଆଁ
କହୁ ପରିବା ଦର ଆକାଶଛୁଆଁ
ସବୁ ପନିପରିବାରେ ଔଷଧୀୟ ଗୁଣ
ରହିଛି ଭରପୁର ଯା’ ରଖେ ନିରୋଗ
ଅଧିକ ଉତ୍ପାଦନ ଓ ଲାଭ ପାଇବାକୁ ବେଶି
ଚାଷିଏ କରନ୍ତି ସାର ବିଷର ପ୍ରୟୋଗ
ଜୀବନୀଶକ୍ତି ଉପରେ ପଡ଼େ ତାର କୁପ୍ରଭାବ
ଶରୀର ହୁଏ ଦୁର୍ବଳ ହେଉ ରୋଗଗ୍ରସ୍ତ
ବୁଝି ମଧ୍ୟ ଆଳସ୍ୟପଣରେ କରୁନୁ ଚାଷ
ସାର ବିଷଦିଆ କହି ଖାଇ ଚାଲୁ
କରୁ ନାହୁଁ ତାର ପ୍ରତିକାର ବ୍ୟବସ୍ଥା
କାନଶିରୀ ଶାଗ ଓ କଲୁରିବେଣ୍ଟରେ ଏବେ
ବାଜୁନି ତ ଛେଳିର ମୁହଁ କି ପଷୀର ଥଣ୍ଟ
ଆଜିକାଲି ବାଡ଼ି ବଗିଚାରେ ସବୁ ନିଅଣ୍ଟ।

  ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *