ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ମୁକାବିଲା l –

କପ୍ତିପଦା ତା ୨୪/୩ ଓଡିଶା ସରକାର ଙ୍କ ନିର୍ଦେଶ ଅନୁସାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ର ମୁକାବିଲା ଲାଗି ମୟୁରଭଞ୍ଜ ଜିଲ୍ଲା ର କପ୍ତିପଦା ଉପଖଣ୍ଡ ପ୍ରଶାସନ ତରଫରୁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଉପଖଣ୍ଡ ର ଉପ ଜିଲ୍ଲାପାଳ ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ବାରିକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ପ୍ରୋକଳ୍ପ ପ୍ରଶାସକ ଆଇ ଟି. ଡ଼ି. ଏ, ଶ୍ରୀଯୁକ୍ତନରେନ୍ଦ୍ର ଖମାରୀ, କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟ ର ପ୍ରତିନିଧି, ଉପଖଣ୍ଡ ଅଧିନସ୍ଥ ସମସ୍ତ ଚାରିଗୋଟି ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର , ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ, ଉପଖଣ୍ଡ ଶ୍ରମ ଅଧିକାରୀ, ଉଦଳା ଏନ. ଏ. ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ୱl ଟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଓ ପରିମଳ ବିଭାଗ ଉଦଳା, ସହକାରୀ ଯନ୍ତ୍ରୀ ଟି ପି ଏନ ଓ ଡ଼ି ଏଲ ଉଦଳା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ , ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀପ୍ରମୁଖ ଯୋଗ ଦାନ କରି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ତେବେ ବୈଠକ ର ମୁଖ୍ୟ ବିଷୟ ଥିଲା ସର୍ବସାଧାରଣ ସ୍ଥାନ, ପ୍ରତ୍ୟକ କାର୍ଯ୍ୟାଳୟ, ଶିକ୍ଷ୍ୟନୁଷ୍ଠାନ, ମାନଙ୍କ ରେ ଜଳ ଛ ତ୍ର ର ସୁ ବ୍ୟବସ୍ଥା କରିବା, ସମ୍ଭାଵ୍ୟଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ତୁରନ୍ତ ଅଚଳ ନଳ କୂପ କୁ ମରାମତି କରିବା, ଆବଶ୍ୟକ ମାନେ ହେଲେ ପାନୀୟ ଜଳ ର ଯୋଗାଣ , ଶ୍ରମିକ ମାନଙ୍କ କାର୍ଯ୍ୟ ନିର୍ଧାରଣ, ପଶୁ ପକ୍ଷୀ ମାନଙ୍କ ଲାଗି ପାନୀୟ ଜଳ ର ସୁ ବ୍ୟବସ୍ଥା କରିବା, ଉପଖଣ୍ଡ ସମସ୍ତ ଚିକିତ୍ସା ଳୟ ମାନ ଙ୍କରେ ଅଂଶୁଘାତ ଲାଗି ଶଯ୍ୟା ମାନ ପ୍ରସ୍ତୁତ କରି ରଖିବା, ସହ ଅନ୍ୟାନ୍ୟ ଜରୁରୀ କାଳୀନ ପରିସ୍ଥିତି ଲାଗି ପ୍ରସ୍ତୁତି ରହିବାକୁ ଉପ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l

Leave a Reply

Your email address will not be published. Required fields are marked *