ପୁରୀ ଶ୍ରୀଜଗନ୍ନାଥ ଗ୍ରୀନ୍ ଫିଲ୍ଡ ବିମାନ ବନ୍ଦର ନିର୍ମାଣକୁ ମିଳିଲା ଜଙ୍ଗଲ ପରିବେଶ ବିଭାଗର ମଞ୍ଜୁରୀ।

ପୁରୀ ଶ୍ରୀଜଗନ୍ନାଥ ଗ୍ରୀନ୍ ଫିଲ୍ଡ ବିମାନ ବନ୍ଦର ନିର୍ମାଣକୁ ମିଳିଲା ଜଙ୍ଗଲ ପରିବେଶ ବିଭାଗର ମଞ୍ଜୁରୀ। ଏ ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପ୍ରତିକ୍ରିୟା। ପରିବେଶ ମଞ୍ଜୁରୀର ଷ୍ଟେଜ ୧ ର ମିଳିଛି ଅନୁମତି। ଦ୍ବିତୀୟ ପର୍ଯ୍ୟାୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା କରାଯିବ। ଲୋକଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ। ବୈଷୟିକ ଟିମ୍ ର ଅନୁଧ୍ୟାନ ପରେ ଜମି ଅଧିଗ୍ରହଣ କାର୍ଯ୍ୟ କରାଯିବ। ବିମାନ ବନ୍ଦରକୁ ଆବଶ୍ୟକ ଥିବା ରାସ୍ତାଘାଟ ଭିତ୍ତିଭୂମିର ବିକାଶ କରାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସୂଚନା।

Leave a Reply

Your email address will not be published. Required fields are marked *