ମା ଭଦ୍ରକାଳୀଙ୍କ ପୀଠରେ ବଡ଼ଧରଣର ଲୁଟ
ମା ଭଦ୍ରକାଳୀଙ୍କ ପୀଠରେ ବଡ଼ଧରଣର ଲୁଟ, ତାଲା ଭାଙ୍ଗି ଲୁଟିନେଲେ ଲୁଟେରା
ଭଦ୍ରକ ୦୬।୦୪ : ଭଦ୍ରକରେ ବଡ଼ଧରଣର ଚୋରି । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ହୋଇଛି ବଡ଼ଧରଣର ଚୋରି । ମନ୍ଦିରର ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ନେବା ସହ କୋଠ ଘର ଭାଙ୍ଗିଛନ୍ତି । ଏପିରିକି ମାଙ୍କ ନୀତିକାନ୍ତି ବନ୍ଦ ହୋଇଯାଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିର ପଛରେ ଥିବା ଗ୍ରୀଲ୍ ଡେଇଁ ଭିତରକୁ ପ୍ରବେଶ କରିଥିଲେ । ଏହାପରେ ହୁଣ୍ଡି ଭାଙ୍ଗି ଖୁଚୁରା ଟଙ୍କାକୁ କପଡ଼ାରେ ବାନ୍ଧି ନେବାକୁ ଚେଷ୍ଟା କରୁଥିଲେ । ହେଲେ କୌଣସି କାରଣ ଲାଗି ମନ୍ଦିରରେ କପଡ଼ା ଫିଙ୍ଗି ଫେରାର ମାରିଛନ୍ତି । ସେହିପରି କୋଠ ଘରର କବାଟ ମଧ୍ୟ ଭଙ୍ଗାଯାଇଛି । କେତେ ପରିମାଣର କଣ ଲୁଟ୍ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।ସେପଟେ ଲୁଟ୍ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏପିରିକି ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଜରିଆରେ ତଦନ୍ତ ବି କରୁଛି ପୋଲିସ । ତେବେ ମନ୍ଦିର ପରିସରରେ ଚାଲୁଥିବାରୁ ମାଆଙ୍କ ନୀତିକାନ୍ତି ବନ୍ଦ ରହିଛି । ନୀତିକାନ୍ତି ବନ୍ଦ ଲାଗି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେହିପରି ମନ୍ଦିରରେ ଅବ୍ୟବସ୍ଥାକୁ ନେଇ ସେବାୟତମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସିଛନ୍ତି ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ।
