ଟିକିତାରା ଦେଖିଲେଖ ପ୍ରତିଯୋଗିତା
ପୁରୀ:୦୭/୪: ବଳଗଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ, ପୁରୀର ୯ମ ଏବଂ ୧୦ମ ଶ୍ରେଣୀ ପିଲାମାନଙ୍କ ମଧ୍ୟରେ ଟିକିତାରା ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ପକ୍ଷରୁ ୧୮୮ତମ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୯ମ ଶ୍ରେଣୀରୁ ସତ୍ୟପ୍ରିୟା ରାଉତ, ଚର୍ଚ୍ଚିତା ବିଶୋଇ, ଅମ୍ରିତା ପୃଷ୍ଟି ୧୦ମଶ୍ରେଣୀରୁ ରାଜନନ୍ଦିନୀ ବାରିକ, ସୈ।ମ୍ୟାଂଶୁ ବାରିକ, ରିୟା ସାହୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରି ପ୍ରମାଣପତ୍ର ଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମ୍ରିତା ସାହୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହୋଇଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ସବିତା ମହାପାତ୍ର ସଭାପତିତ୍ବ କରିଥିଲେ । ରଂଜିତା ପଟ୍ଟନାୟକ, ଅନ୍ନଦା ମହାନ୍ତି, ନିରଞ୍ଜନ ରିପୁ, ରଞ୍ଜିତା ଜେନା, ଦୁର୍ଗେଶନନ୍ଦିନୀ ମିଶ୍ର, ଚିନ୍ମୟୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସଂପାଦକ ବିପିନ ବିହାରୀ ଦଳାଇ ପିଲାମାନଙ୍କୁ ଲେଖିବା ଶୈଳୀ ବିଷୟରେ ବୁଝାଇ କହିଥିଲେ।।
