ଡିମିରିଗୁଡା ମା ପିତାବାଲି ଗୁହରିଆ ଦଣ୍ଡନୃତ୍ୟ ।
କନ୍ଧମାଳ, ଫିରିଙ୍ଗିଆ , କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ହରିଜନ ବହୁଳ ଜିଲ୍ଲା ଅଟେ ।ଏହି ଜିଲ୍ଲାରେ ପବିତ୍ର ଚୈତ୍ର ମାସରେ ଜିଲ୍ଲାର ବାରୋଟି ବ୍ଲକ ରେ ଦଣ୍ଡ ନୃତ୍ୟ ପରିଚାଳିତ ହେବାରେ ଦେଖିବାକୁ ମିଳିଥାଏ ।ଏଥିମଧ୍ୟରୁ ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ମା ପିତଵାଲି ମା ରୁଦ୍ରକାଳି ଦଣ୍ଡନୃତ୍ୟ ଅନ୍ୟତମ । ଏହି ଦଣ୍ଡର ବିଶେଷତା ଏହିକିଯେ, ଏହିଠାରେ ସମସ୍ତ ଗୁହରିଆ ଓ ଭକ୍ତ ମାନଙ୍କ କହିବା କଥା ମାଙ୍କ ମହିମା କରୁଣା ସଦା ସର୍ବଦା ଭକ୍ତଙ୍କପ୍ରତି ଅଗାଡ଼ ହୋଇ ରହିଥାଏ ।ମାପିତାଵାଲି ଅବଗାହନ କାଳରୁ ଏହି ଗ୍ରାମରେ ନିଜେ ଅବ୍ରିଭାବ ହୋଇଥିଲେ । ଏହି ଦଣ୍ଡ ନୃତ୍ୟ ୧୮୬୩ ମସିହାରୁ ଏହି ଗ୍ରାମରେ ଆବିର୍ଭାବ ହେବାର ଇତିହାସ ରହିଅଛି । ମା ସଦାସର୍ବଦା ନିଜ ଭକ୍ତଙ୍କ ପାଇଁ ଚିନ୍ତିତ ଥିବା କଥା ଦେଖିବାକୁ ମିଳିଛି । ମନ୍ଦିର ପୂଜକ, ପାଟଢୁଲିଆ ଶ୍ରୀ ଶମ୍ଭୁ ଦିଗାଲ ମା ୧୯୧୭ ମସିହାରେ ମଧ୍ୟ ରାତ୍ରରେ ନିଜ ଭକ୍ତଙ୍କ ଓ ଗ୍ରାମର ସମସ୍ତ ଜନସାଧାରଣ ଙ୍କ ଧନ ଜୀବନ ସୁରକ୍ଷା ଦେବା ପାଇଁ ରାତ୍ରରେ ନିଜ ମନ୍ଦିରରୁ ବାହାରି ଗ୍ରାମ ମଧ୍ୟରେ ବୁଲିବାର ପ୍ରମାଣ ସଦୃଶ ମାଙ୍କ ରକ୍ତ ପାଦଚିହ୍ନ ମନ୍ଦିରରୁ ଗ୍ରାମ ମଧ୍ୟରେ ଥିବାର ଦେଖିବାକୁ ମିଳିଥିଲା । ଏହି ଦଣ୍ଡରେ ମାଙ୍କ ଯଥେଷ୍ଟ କୃପା ଭକ୍ତ ଲୋଭିଥିବାରୁ ଗୁହରିଆ ସଂଖ୍ୟ ୫୦୦ ଶହରୁ ଅଧିକ ଥିବା ଦେଖିବାକୁ ମିଳିଛି । ଏହି ଦଣ୍ଡ ନୃତ୍ୟ ରେ ଅଧିକାରୀ ଭାବରେ ରମେଶ ଚନ୍ଦ୍ର ଭୁକ୍ତା କାର୍ଯ୍ୟ ତୁଲାଇଥିବା ବେଳେ ବ୍ୟବସ୍ଥା ପ୍ରମୁଖ ଭାବରେ ଶିବ ପ୍ରସାଦଭୁକ୍ତା ଦେହୁରୀ, ବାଲ୍ମୀକି ଭୁକ୍ତା ,ପାଟଭୁକ୍ତା ଶରତ ବଗାର, ଦଣ୍ଡଟିକୁ ପରିଚାଳିତ କରୁଛନ୍ତି ।
