ଉତ୍କଳ ଦିବସ ସମାରୋହ ୨୦୨୬” ପାଳିତ

ଓଡ଼ିଶା ତଥା ଦେଶ ପାଇଁ ଗର୍ବ ଆଣିଲେ ନୟାଗଡ ମାଟିର ପୁଅ ତଥା ପ୍ରଖ୍ୟାତ ବ୍ୟଙ୍ଗ କବି ରବୀନ୍ଦ୍ର ରାଉତ ଉତ୍କଳ ସାଂସ୍କୃତିକ ପରିଷଦ ଦ୍ୱାରା ମଧ୍ୟ ପ୍ରଦେଶ, ମହୁ,ଇନ୍ଦୋର ଠାରେ “ଉତ୍କଳ ଦିବସ ସମାରୋହ ୨୦୨୬” ପାଳିତ।ବ୍ୟଙ୍ଗ କବି ରବୀନ୍ଦ୍ର ରାଉତଙ୍କୁ ଓଡ଼ିଆ ଗୌରବ ସମ୍ମାନରେ ସମ୍ମାନୀତ। ମଧ୍ୟପ୍ରଦେଶ ଇନ୍ଦୋର ଠାରେ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦ ଦ୍ୱାରା “ଚତୁର୍ଥ ଉତ୍କଳ ଦିବସ ସମାରୋହ ୨୦୨୬” ଇନ୍ଦୋର (ମହୁ) ସ୍ଥିତ ମେଡିକ୍ୟାପ୍ସ ଇନଭରସିଟି ଅଡିଟୋରିୟମ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ରବୀନ୍ଦ୍ର କୁମାର ସ୍ୱାଇଁ (ଏମ. ଡି.ରୋହନ ଇଣ୍ଟର ପ୍ରାଇଜର୍ସ, ମୁଖ୍ୟ ବକ୍ତାଭାବେ ଆନନ୍ଦ ଅଗ୍ରୱାଲ (ଏମ. ଡି. ପାପେୟା ଟ୍ରୀ ) ସମ୍ମାନିତ ଅତିଥିଭାବେ ଶ୍ରୀନିବାସ ମିଶ୍ର (ଜି.ଏମ, ବ୍ୟାଙ୍କ ଅଫ ବରୋଦା ) ସୂର୍ଯ୍ୟକାନ୍ତ କେଲକର (ଆର.ଏସ.ଏସ.ସଦସ୍ୟ ) ଏବଂ ଅନୁଷ୍ଠାନର ସଭାପତି ଡ଼କ୍ଟର ଅଶୋକ ମହାନ୍ତି, ସମ୍ପାଦକ ଇଂ. ଶକ୍ତି ପ୍ରସାଦ ଷଡ଼ଙ୍ଗୀ, ବରିଷ୍ଠ ଉପଦେଷ୍ଟା ଡ଼କ୍ଟର ଦିଲ୍ଲୀପ ପଟ୍ଟନାୟକ, ବରିଷ୍ଠ ସମାଜସେବୀ ଡ଼କ୍ଟର ଜେ. ବି. ସାହୁ, ମୁଖ୍ୟ ସହଯୋଗୀ ଇଂ. ସନ୍ତୋଷ ମହାନ୍ତି ଏବଂ ଓଡ଼ିଶାର ସୁନାମ ଧନ୍ୟ ବ୍ୟଙ୍ଗ କବି ତଥା ହାସ୍ୟ ଅଭିନେତା ରବୀନ୍ଦ୍ର ରାଉତ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନକରି ଉଦଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ଡ଼କ୍ଟର ଅଶୋକ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସେ କିପରି ଇନ୍ଦୋର ଜଗନ୍ନାଥ ମନ୍ଦିରକୁ ସମସ୍ତଙ୍କ ସହଯୋଗରେ ଆଜକୁ ତିରିଶି ବର୍ଷ ପୂର୍ବେ ନିର୍ମାଣ କରିଥିଲେ ।ସେମାନଙ୍କ ମଧ୍ୟରୁ ଦୁଇଜଣ ପ୍ରମୁଖ ସହଯୋଗୀ ଯଥା ସ୍ବର୍ଗତ ହରିଶ ତ୍ରିପାଠୀ (ଅବସରପ୍ରାପ୍ତ ଆଇ.ପି. ଏସ.ଅଧିକାରୀ) ଏବଂ ସ୍ବର୍ଗତ ବିମଳ ଚନ୍ଦ୍ର ମେହେରଙ୍କ ଅବଦାନକୁ କେବେ ଭୁଲିବାର ନୁହେଁ। ଓଡ଼ିଶା ବାହାରେ ଆମେମାନେ ଦୀର୍ଘ ବର୍ଷ ଧରି ବସ ବାସ କରୁଥିଲେ ମଧ୍ୟ ଆମେ କେବେ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୁତି ଓ ପରମ୍ପରାକୁ ଭୁଲି ନାହୁଁ।ଓଡ଼ିଆ ଚଳଣି,ଓଡ଼ିଶାର ସମସ୍ତ ପର୍ବ ପର୍ବାଣୀକୁ ସମସ୍ତେ ମିଳିମିଶି ଧୁମ ଧାମରେ ପାଳନ କରିବା ସହିତ ଆଗାମୀ ପିଢ଼ି ଏହି ପରମ୍ପରାକୁ ବଜାୟୀ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। “ଆମେ ଓଡ଼ିଆ – ଭାରି ବଢ଼ିଆ” ନାରାରେ ପରିବେଶ ଉତ୍ସବ ମୁଖର ହୋଇଥିଲା। ଏହି ପର୍ବରେ ଇନ୍ଦୋର ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ପଣ୍ଡିତ ରାସ ବିହାରୀ ପଣ୍ଡା ଜଗନ୍ନାଥ ମହାପ୍ରଭୁଙ୍କ ଉଦେଶ୍ୟରେ ବୈଦିକ ମନ୍ତ୍ର ପାଠ କରିଥିଲେ। ଏହି ଅବସରରେ ଓଡ଼ିଶାର ସୁନାମ ଧନ୍ୟ ବ୍ୟଙ୍ଗ କବି ତଥା ହାସ୍ୟ ଅଭିନେତା ରବୀନ୍ଦ୍ର ରାଉତଙ୍କୁ ସମ୍ମାନଜନକ “ଓଡ଼ିଆ ଗୌରବ ସମ୍ମାନ ୨୦୨୬” ରେ ସମ୍ମାନିତ କରାଯାଇଥିଲା।ଇନ୍ଦୋରରେ ବସ ବାସ କରୁଥିବା ପ୍ରାୟ ଦେଢ଼ ହଜାରରୁ ଉର୍ଦ୍ଧ ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଓଡ଼ିଶୀ ନୃତ୍ୟ , ଦେଶାତ୍ମବୋଧକ ସଂଗୀତ, କଥକ ନୃତ୍ୟ, ଆଧୁନିକ ନୃତ୍ୟ, ନୂଆ, ପୁରୁଣା ଓଡ଼ିଆ ରୋମାଣ୍ଟିକ ଗୀତ ପରିବେଷଣରେ ଭାଗ ନେଇ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ । ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ରାଉତଙ୍କ ରାଜନୈତିକ ଓ ସାମାଜିକ ହାସ୍ୟ ବ୍ୟଙ୍ଗ ବାଣରେ ସମସ୍ତ ଦର୍ଶକ ହସି ହସି ବେଦମ ହୋଇଥିଲେ। କଣ୍ଠ ଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗରଙ୍କୁ ଅନୁଷ୍ଠାନ ତରଫରୁ ସଂଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଶେଷରେ ଶ୍ରେଷ୍ଠ ଓଡ଼ିଆ ଦମ୍ପତିଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ଓଡ଼ିଶାର ପାରମ୍ପରିକ ଖାଦ୍ୟ ସହ ପିଠା ଓ ମିଠାର ଭରପୁର ଆନନ୍ଦ ଉଠାଇଥିଲେ ସମସ୍ତେ। ନୟାଗଡ଼ ଛେନାପୋଡ଼ ଠାରୁ ବାରିପଦା ମୁଢ଼ି ପର୍ଯ୍ୟନ୍ତ ସମସ୍ତ ବ୍ୟଞ୍ଜନ ଏଥିରେ ସାମିଲ ହୋଇଥିଲା।ଅନ୍ୟ ରାଜ୍ୟର ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ମାନେ ଏହି ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଆହୁରି ସରସ ସୁନ୍ଦର କରିଥିଲେ।ଏହି କାର୍ଯ୍ୟକ୍ରମର ପ୍ରମୁଖ ସହଯୋଗୀ ମାନେ ହେଲେ ଅଭିଜିତ ମଲ୍ଲିକ,ସୁଶାନ୍ତ କୁମାର ଦାଶ, ଦୁର୍ଗା ଶାହାଣୀ, ନିର୍ମଳ ମହାନ୍ତି,ନରେନ୍ଦ୍ର ପରିଡ଼ା,ବାଲାଜୀ ଜେନା, ସ୍ୱାତୀ ବେହେରା,ସତୀଶ ବେହେରା,ଆଶୁତୋଷ ତ୍ରିପାଠୀ,ରଞ୍ଜନ ମହାରଣା ଏବଂ ସମସ୍ତ ପ୍ରବାସୀ ଓଡ଼ିଆ ସମାଜର ସଦସ୍ୟଗଣ ଏହାସହିତ ଏହି କାର୍ଯ୍ୟକ୍ରମର ଇଭେଣ୍ଟ ପାର୍ଟନର ଥିଲେ ମ୍ୟାଚ ବକ୍ସ ଓ ମେଡିକାପ୍ସ ୟୁନିଭରର୍ସିଟି । ପରିଶେଷରେ ଅନୁଷ୍ଠାନର ସମ୍ପାଦକ ଇଂ. ଶକ୍ତି ପ୍ରସାଦ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *