ରକ୍ତଦାନ ଶିବିର ଅନୁଷ୍ଠିତ

ଓଡ଼ିଆ ପକ୍ଷ ପାଳନ ଅବସରରେ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ, ଗେଲପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ସମିତି ପକ୍ଷରୁ ଗେଲପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଆମ ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତ ଦାନ ଅଭିଯାନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।
ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗ ଦେଇ ରକ୍ତ ଦାନ ଅଭିଯାନ କୁ ଉଦ୍ ଘାଟନ କରି ଥିଲେ।
ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଏସପି ମନୋଜ ରାଉତ, ପ୍ରଶାସନ ଅଧୂକାରୀ, ରକ୍ତ ଦାନ କରିବା ସହ ଡ଼ାକୁର ଖାନା କର୍ମଚାରୀ ଏବଂ ସ୍ବେଛାସେବୀ, ଏପରି ଶତାବ୍ଦୀକ ୟୁନିଟ ରକ୍ତ ସଂଗ୍ରହ ହୋଇଥ‌ିବାର ଜଣାପଡିଛି । ସାଂସଦ ଜିଲ୍ଲାପାଳ ଏସପି ଯୋଗ ଦେଇ କହିଥିଲେ ରାଜ୍ୟ ସରକାର ଙ୍କ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ହେଉ ଥୂବାରୁ ସବୁ ବର୍ଗର ରୋଗୀ ଙ୍କ ପାଇଁ ରକ୍ତ ର ଆବଶ୍ୟକତା ଥିବାରୁ ରକ୍ତଦାନ ଅଭିଯାନ ରେ ଜିଲ୍ଲା ପ୍ରଶାସନ ଅଧୂକାରୀ ଙ୍କ ଠାରୁ ଆରମ୍ଭ କରି ସ୍ବତ ପ୍ରବୃତ୍ତ ଭାବେ ଲୋକ ମାନେ ଆସି ରକ୍ତ ଦେଉ ଥୂବା ରୁ ଧନ୍ୟବାଦ ଜଣାଇଛନ୍ତି।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *