ପାରମ୍ପାରିକ ଖାଦ୍ୟ ମେଳା ଉତ୍ସବ

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧିନ ଚଅଁରପଦା ନିକଟସ୍ଥ ପତିତପାବନ ସେବାସଂଘ ପକ୍ଷରୁ ପାରମ୍ପରିକ ଖାଦ୍ୟ ମେଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପତିତପାବନ ସେବା ସଂଘର ସମ୍ପାଦକ ଜଗତ ପ୍ରସାଦ ସାବୁତ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ ପୁର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପିର ମୁଖପାତ୍ର ସମୀର ରଞ୍ଜନ ଦାଶ, ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ପୂର୍ବତନ ନଗର ସଭାପତି ଜିବନାନନ୍ଦ ମହାପାତ୍ର, ଅବସରପ୍ରାପ୍ତ ପ୍ରଧ୍ୟାପକ କୃଷ୍ଣଚନ୍ଦ୍ର ସାବତ, ଭଗବାନ ବେହେରା ପ୍ରମୁଖ ଅତିଥି ରୂପେ ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କ ଦ୍ବାରା ନିଆରା ଢଙ୍ଗରେ ଆୟୋଜିତ ହୋଇଥିବା ଖାଦ୍ୟ ମେଳା ବୁଲି ଦେଖିବା ସହିତ ପାରମ୍ପରିକ ଖାଦ୍ୟର ମଜା ନେଇଥିଲେ।ପତିତପାବନ ସେବା ସଂଘର ଭିନ୍ନକ୍ଷମ ପିଲାଙ୍କ ଦ୍ୱାରା ଚାଳ ଛପର ଘରେ ପ୍ରସ୍ତୁତ ହୋଉଥିବା ପାରମ୍ପରିକ ଓଡ଼ିଆ ଖାଦ୍ୟ ଓ ବିଭିନ୍ନ ପ୍ରକାର ପିଠା,ମିଠା,କଖାରୁ ଫୁଲ ପୀଠଉ,ଦହିପଖାଳ ସହିତ ବିଭିନ୍ନ ଓଡ଼ିଆ ଖାଦ୍ୟର ଆୟୋଜନ କରାଯାଇଥିଲା। ସମସ୍ତ ଖାଦ୍ୟ ଷ୍ଟଲ ଅତିଥିମାନେ ବୁଲିବା ଦେଖିବା ସହିତ ପାରମ୍ପରିକ ଖାଦ୍ୟର ମଜା ନେଇ ପତିତପାବନ ସେବା ସଂଘର ଭିନ୍ନକ୍ଷମ ପିଲାଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ।

Leave a Reply

Your email address will not be published. Required fields are marked *