ପୁରୀ ପୋଲିସ ଦ୍ୱାରା ଗୋଟିଏ ଦିନରେ ୪ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି

ପ୍ରେସ ନୋଟ୍
ପୁରୀ ପୋଲିସ ଦ୍ୱାରା ଗୋଟିଏ ଦିନରେ ୪ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି
ପୁରୀ ପୁଲିସ ଦ୍ୱାରା ନିଖୋଜ ନାବାଳିକାଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ଆଉ ଏକ ସଫଳତା ଲାଭ କରାଯାଇଛି। ଗତକାଲି ରାତିରେ ପୁରୀ ଜିଲ୍ଲାର ବିଭିନ୍ନ ଥାନା ଦ୍ୱାରା ମୋଟ ୪ ଜଣ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବ୍ରହ୍ମଗିରି ଥାନା ମାମଲା ନଂ 83/25 ରେ ଏକ ନାବାଳିକାଙ୍କୁ ଭଦ୍ରକ ଜିଲ୍ଲାରୁ ସଫଳତାର ସହ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ଓ ପରାମର୍ଶ ସୁବିଧା ପ୍ରଦାନ କରାଯାଇଛି।
ଗଡିସାଗଦା ଥାନା ମାମଲା ନଂ 31/24 ରେ ହୋଇଥିବା ମାମଲାରେ ଏକ ନାବାଳିକାଙ୍କୁ ଖୋର୍ଦ୍ଧା ଅଞ୍ଚଳରୁ ସଫଳତାର ସହ ଉଦ୍ଧାର କରାଯାଇଛି। ଏହି ମାମଲାରେ ଆବଶ୍ୟକ ଅଗ୍ରଗତିମୂଳକ ଆଇନୁନ୍ମୁଖୀ କାର୍ଯ୍ୟ ଚାଲିଛି। ପେଣ୍ଠକଟା ମେରାଇନ ଥାନା ମାମଲା ନଂ 36/26 ଅନୁସାରେ ଏକ ନାବାଳିକାଙ୍କୁ କଟକ ଜିଲ୍ଲାର ବାଙ୍କି ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ତାଙ୍କୁ ଆଇନୁନ୍ମୁଖୀ ପ୍ରକ୍ରିୟା ଅନୁସାରେ ଉପସ୍ଥାପିତ କରାଯାଇଛି। ସଦର ଥାନା ମାମଲା ନଂ 208/26 ରେ ଏକ ନାବାଳିକାଙ୍କୁ ପୁରୀ ଚାରିନଳା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ସମସ୍ତ ନିୟମାନୁସାରେ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସମସ୍ତ ଅଭିଯାନ ପୁରୀ ପୁଲିସର ସଚେତନତା, ଦୃଢ଼ ସଂକଳ୍ପ ଓ ତ୍ୱରିତ କାର୍ଯ୍ୟପଦ୍ଧତିର ଫଳସ୍ୱରୂପ ସଫଳ ହୋଇପାରିଛି। ପ୍ରତ୍ୟେକ ମାମଲାରେ ପୀଡ଼ିତ ନାବାଳିକାଙ୍କୁ ସୁରକ୍ଷିତ ରକ୍ଷା ଓ ପୁନର୍ବାସ ପାଇଁ ଶିଶୁ କଳ୍ୟାଣ ସମିତି (CWC) ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ପୁରୀ ପୁଲିସ ନାବାଳିକା ସୁରକ୍ଷା ଓ ନିଖୋଜ ମାମଲାରେ ଶୂନ୍ୟ ସହିଷ୍ଣୁତା ନୀତି ଅନୁସରଣ କରୁଛି ଓ ଏହା ପାଇଁ ବିଶେଷ ଟିମ୍ ଦ୍ୱାରା ନିରନ୍ତର ଅଭିଯାନ ଚାଲିଛି। ଏହି ସମସ୍ତ ଘଟଣାରେ ଜଡିତ ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା ଆଇନୁନ୍ମୁଖୀ କାର୍ଯ୍ୟ ଗ୍ରହଣ କରାଯିବ। ସାଧାରଣ ଲୋକମାନଙ୍କୁ ଅନୁରୋଧ କରାଯାଉଛି ଯେ, ଯଦି କୌଣସି ନାବାଳିକା ନିଖୋଜ ହେବା ବା ସନ୍ଦେହଜନକ ଘଟଣା ସମ୍ପର୍କରେ ତଥ୍ୟ ମିଳେ, ତେବେ ସମ୍ମିଳିତ ଭାବରେ ନିକଟସ୍ଥ ଥାନାକୁ ସୂଚନା ପ୍ରଦାନ କରିବେ । ପୁରୀ ପୁଲିସ ସଦା ସର୍ବଦା ଜନସାଧାରଣଙ୍କ ସୁରକ୍ଷା ଓ ସେବା ପାଇଁ ପ୍ରତିବଦ୍ଧ।ତତ ସହ ଏହିବର୍ଷରେ ୧୧୭ ନିଖୋଜଙ୍କୁ ଉଦ୍ଧାର କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *