ମା ତାରିଣୀ ଦେବୀଙ୍କ ବାର୍ଷିକ ଉତ୍ସବ ଉଦଯାପିତ

ବଡ଼ଚଣା :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବନ୍ତଳା ପଞ୍ଚାୟତ ଅନ୍ତର୍ଗତ ବନ୍ତଳା ଗ୍ରାମରେ ମହାବିଷୁଭ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମା ତାରିଣୀ ଦେବୀଙ୍କ ବାର୍ଷିକ ଉତ୍ସବ ମହା ଆଡ଼ମ୍ବର ସହକାରେ ଉଦଯାପିତ ହୋଇଯାଇଛି।ପଣ୍ଡିତ ବିଶ୍ୱ ରଞ୍ଜନ ମହାପାତ୍ର ଓ ମନୋଜ କୁମାର ପଣ୍ଡାଙ୍କ ଦ୍ଵାରା ପ୍ରଥମେ ବେଦ ପାଠ,ଗୁରୁ ପୂଜା ସୂର୍ଯ୍ୟ ପୂଜା,ଗୋ ପୂଜା,ମଣ୍ଡପପୂଜା,ଷୋଡଶ ଉପଚାର ପୂଜା,ଚଣ୍ଡୀପାଠ,ଓ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପାଦନ ହୋଇଥିଲା,ଏହି ବାର୍ଷିକ ଉତ୍ସବରେ ଦେବପ୍ରସାଦ ରାଉଳ କର୍ତ୍ତା,ଓ ତାଙ୍କ ଧର୍ମ ପତ୍ନୀ ଚଞ୍ଚଳା ରାଉଳ କର୍ତ୍ତୀ ଭାବରେ ସମର୍ପିତ ମନୋଭାବ ରଖି ମା ତାରିଣୀ ଙ୍କ ଚରଣରେ ବିଶ୍ୱର ମଙ୍ଗଳ ନିମନ୍ତେ ଉପବେଶନ ହୋଇଥିଲେ।ଏହି ଉତ୍ସବ ରେ ବନ୍ତଳା ଗ୍ରାମର ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଏଠାକୁ ଆସି ମାଆଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଆଶିଷ ଭିକ୍ଷା କରିଥିଲେ ପରେ ମାଆଙ୍କର ପଣା ଭୋଗ ପାଇ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ଘରକୁ ପ୍ରତ୍ୟାବର୍ତନ କରିଥିଲେ।

Leave a Reply

Your email address will not be published. Required fields are marked *