ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ

ଛତ୍ରପୁର ୧୪/୦୪ ; ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ସୌନ୍ଦର୍ଯ୍ୟ ଅଭ୍ୟାସକାରୀଙ୍କ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରେଷ୍ଟି ଓ ୟୁନିଅନ ବ୍ୟାଙ୍କର ମିଳିତ ସହଯୋଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକର ଆସିଥିବା ପ୍ରଶିକ୍ଷାର୍ଥୀଙ୍କୁ ନେଇ ଉକ୍ତ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା ।ଉକ୍ତ ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଅନିଲ ମାଝିଙ୍କ ତତ୍ତ୍ୱାବଧାନରେ ଓଡ଼ିଆ ନବ ବର୍ଷର ମଙ୍ଗଳବାର ଦିନ ଉଦଘାଟନୀ କାର୍ଯ୍ୟକ୍ରମ ହୋଇଥିଲା। ପ୍ରଶିକ୍ଷାର୍ଥୀଙ୍କୁ ଦୀର୍ଘ ୩୫ଦିନ ଧରି ପ୍ରଶିକ୍ଷଣ ଦିଆଯିବ ନେଇ ପ୍ରତିଷ୍ଠାନ ପକ୍ଷରୁ ସୂଚନା ରହିଛି ।

ଉକ୍ତ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷାର୍ଥୀମାନେ ମେକଅପ୍, ହେୟାର୍ ଷ୍ଟାଇଲ୍, ହେୟାର୍ କଲର୍, ଥ୍ରେଡିଂ, ଷ୍ଟ୍ରେଟେନିଂ, ମେନିକ୍ୟୁର୍, ପେଡିକ୍ୟୁର୍ ଓ ନେଲ୍ ଆର୍ଟ୍ ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ଲାଭ କରିବା ଦକ୍ଷତା ହାସଲ କରିବା ଲକ୍ଷ୍ୟ କରାଯାଇଛି ।ଯାହା ଫଳରେ ଉକ୍ତ ତାଲିମ ଦ୍ୱାରା ପ୍ରଶିକ୍ଷାର୍ଥୀମାନଙ୍କର ଦକ୍ଷତା ବିକାଶ, ଆତ୍ମନିର୍ଭରଶୀଳତା ଓ ଉଦ୍ୟୋଗୀତା ବୃଦ୍ଧି ପାଇବ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *