ଦଳିତ ବିକାଶ ପରିଷଦ ପକ୍ଷରୁ ଡଃ ବି ଆର ଆମ୍ବେଦକର ଙ୍କ ଜୟନ୍ତୀ ପାଳନ

Date-14/04/26*ଦଳିତ ବିକାଶ ପରିଷଦ ପକ୍ଷରୁ ବାବା ସାହେବ ଡ଼ଃ ବି. ଆର. ଆମ୍ବେଦକର ଙ୍କ 135 ତମ ଜନ୍ମ ଜୟନ୍ତୀ ପାଳନଆଙ୍କର – ଜଗତସିଂହପୁର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଦଳିତ ବିକାଶ ପରିଷଦ ପକ୍ଷରୁ ବାବା ସାହେବ ଡ଼ଃ ବି. ଆର. ଆମ୍ବେଦକର ଙ୍କ 135 ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ସଭାପତି ଶଙ୍କର ଦାସ ଙ୍କ ନେତୃତ୍ୱରେ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି । ଭାରତର ସମିଧାନ ନିର୍ମାତା ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ଅବସରରେ ଦଳିତ ବିକାଶ ପରଷଦ ପକ୍ଷରୁ ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ସକାଳୁ ଭବନ ପରିସରରେ ଆମ୍ବେଦକରଙ୍କ ଛବିରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ସଭା ଆୟୋଜନ କରାଯାଇ ବକ୍ତାମାନେ ତାଙ୍କର ସାମାଜିକ ନ୍ୟାୟ, ସମାନତା ଓ ଶିକ୍ଷା ପ୍ରତି ଅବଦାନକୁ ସ୍ମରଣ କରିଥିଲେ।କାର୍ଯ୍ୟକ୍ରମରେ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି, ସାମାଜିକ କର୍ମୀ ଓ ବହୁ ସଂଖ୍ୟକ ଯୁବକ-ଯୁବତୀ ଯୋଗଦେଇଥିଲେ। ଆମ୍ବେଦକରଙ୍କ ଆଦର୍ଶକୁ ଅନୁସରଣ କରି ସମାଜର ପଛୁଆ ବର୍ଗଙ୍କ ଉନ୍ନତି ପାଇଁ କାମ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଦେବେନ୍ଦ୍ର ମଲ୍ଲିକଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ବାଇଟ 1- ଶଙ୍କର ଦାସ (ସଭାପତି)ବାଇଟ 2-ମନୋଜ କୁମାର ଭୋଇ (ଜିଲ୍ଲା ପରିଷଦ ଅଧ୍ୟକ୍ଷ)ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *