ଲକ୍ଷ୍ମୀପ୍ରିୟା ଡାନ୍ସ ଏକାଡେମୀ ବାର୍ଷିକ ଉତ୍ସବ।

ଲକ୍ଷ୍ମୀପ୍ରିୟା ଡାନ୍ସ ଏକାଡେମୀ ବାର୍ଷିକ ଉତ୍ସବ।ଓଲିଉଡ଼ କମେଡି ସହ ପିଲାଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଗୋପ – ଗୋପ ବ୍ଲକ ଅନ୍ତର୍ଗତ ସୋରଭା ପଞ୍ଚାୟତ ଜହ୍ନିବାଲିଆ ଠାରେ ଥିବା ଲକ୍ଷ୍ମୀପ୍ରିୟା ଡାନ୍ସ ଏକାଡେମୀ ତରଫରୁ ଓଡ଼ିଆ ନବବର୍ଷ ଉପଲକ୍ଷେ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀପ୍ରିୟା ଡାନ୍ସ ଏକାଡେମୀ ସଭାପତି ଦୁଷ୍ମନ୍ତ ଦଳାଈଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ହରିହର ସ୍ୱାଇଁ, ବିଚିତ୍ରାନନ୍ଦ ସ୍ବାଇଁ, ଲକ୍ଷ୍ମୀଧର ଦଳାଇ, ଦୁର୍ଯ୍ୟଧନ ଦଳାଇ ଓ ବିଶ୍ୱଜିତ୍ ରାଉତରାୟ ପ୍ରମୁଖ ଯୋଗ ଦେଇ କାର୍ଯକ୍ରମ ଶୁଭାରମ୍ଭ କରିବା ସହିତ ନୃତ୍ୟଶିଳ୍ପୀ ଓ ଅଭିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ। ଲକ୍ଷ୍ମୀପ୍ରିୟା ଡାନ୍ସ ଏକାଡେମୀ ନୃତ୍ୟଗୁରୁ କାବ୍ୟ ଶ୍ରୁତି ଆଚାର୍ଯ୍ୟଙ୍କ ନୃତ୍ୟ ନିର୍ଦ୍ଦେଶନାରେ ୩୦ ଜଣ ଶିକ୍ଷା ନେଉଥିବା ନୃତ୍ୟଶିଳ୍ପୀ ଏକକ ଓ ଦଳଗତ ଭାବେ ନୃତ୍ୟ ପରିବେଷଣ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ।

ଏହି ଅବସରରେ ସେଲିବ୍ରେଟି କଳାକାର ଓଲିଉଡ଼ ହାସ୍ୟ ଅଭିନେତା ନାଲିଆମ୍ବ ଜ୍ଞାନ ବାରିକ, ଓଡିଶା ଗୁଣ୍ଡ ଶିବ ପରିଡା ଓ ଅଭିନେତ୍ରୀ ରୋଜାଲିନ ବାରିକ ପ୍ରମୁଖ ଯୋଗଦେଇ ପିଲାଙ୍କୁ ଉତ୍ସାହିତ କରିବା ସହିତ କୌତୁକିଆ ହାସ୍ୟ ରସ ଅଭିନୟ ପ୍ରଦର୍ଶନ କରିଥିଲେ। ପରିବେଶରେ ସମାଜସେବୀ ରମେଶ ଚନ୍ଦ୍ର ମହାନ୍ତି, ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ଓ ଅଭିନେତା ଜ୍ଞାନ ବାରିକ ପ୍ରମୁଖ ଯୋଗଦେଇ ସମସ୍ତ ନୃତ୍ୟ ଶିକ୍ଷାରତ ନୃତ୍ୟଶିଳ୍ପୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ। ଗ୍ରାମାଞ୍ଚଳ ପରିବେଶରେ ଏପରି ଅନୁଷ୍ଠାନ ପିଲାଙ୍କୁ ନୃତ୍ୟ ଶିକ୍ଷା ଦାନ କରି ହଜି ଯାଉଥିବା ବଣ ମଲ୍ଲି ପରି ତାଙ୍କର କଳା ଓ ଦକ୍ଷତା ପ୍ରସ୍ଫୁଟିତ କରୁଥିବାରୁ ସମସ୍ତ ଅଞ୍ଚଳବାସୀ ମାନେ ଖୁସିବ୍ୟକ୍ତ କରି ଅନୁଷ୍ଠାନର ଦୀର୍ଘାୟୁ କାମନା କରିଥିଲେ।

Leave a Reply

Your email address will not be published. Required fields are marked *