ଆନନ୍ଦ ମାର୍ଗ ସ୍କୁଲ ବାର୍ଷିକ ଉତ୍ସବ ।

କୋଣାର୍କ – କୋଣାର୍କ ନିକଟସ୍ଥ ସାରଡା ଦସବାଟିଆ ଠାରେ ଥିବା ଆନନ୍ଦ ମାର୍ଗ ଇଂରାଜୀ ମାଧ୍ୟମ ସ୍କୁଲର ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ଅଧକ୍ଷ ଆଚାର୍ଯ୍ୟ ବିବେକ ରଞ୍ଜନାନ୍ଦନ ଅବଧୂତ ଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଆନନ୍ଦ ମାର୍ଗ ପ୍ରଚାରକ ସଙ୍ଘ ଅଧକ୍ଷ ଆଚାର୍ଯ୍ୟ ପ୍ରିୟ କୃଷ୍ଣାନନ୍ଦ ଅବଧୂତ, ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ଖଟୋଇ, ଶିକ୍ଷାବିତ୍ ରବୀନ୍ଦ୍ର କୁମାର ମିଶ୍ର, ହର୍ଷବର୍ଦ୍ଧନ ଲେଙ୍କା, ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।

ଶିକ୍ଷା ହିଁ ସଂସ୍କାର, ନୈତିକତା ଓ ଆଧ୍ୟାତ୍ମିକ ଶିକ୍ଷା ହିଁ ସମାଜ ପାଇଁ ସଂସ୍କାର ଆଣିଥାଏ ବୋଲି ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧନ କରିଥିଲେ। ପରେ ପରେ ବିଦ୍ୟାଳୟର ବିଭିନ୍ନ ବର୍ଗର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ପରି ଶେଷରେ କୁନିକୁନି ପିଲାଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ଶତାଧିକ ଛାତ୍ର ଛାତ୍ରୀ ମାନଙ୍କ ସହ ଅଭିଭାବକ ମାନେ ଯୋଗଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *