ନୟାଗଡ ଡ଼ି.ଏ.ଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ଼ , ତା ୧୯.୦୪. (ନିପ୍ର)ଡ଼ି ଏ ଭି ପବ୍ଲିକ ସ୍କୁଲ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଡ଼ି ଏ ଭି ଅଭିଯାନ ଓ ସ୍କୁଲ ସମୂହର ପ୍ରତିଷ୍ଠାତା ମହାତ୍ମା ହଂସରାଜଙ୍କ ଜନ୍ମତିଥି ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପୁଷ୍ପା ନୀଳିମା ଲାକ୍ରା ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର, ବହୁ ଅଭିଭାବକ,ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅନେକ ଶୁଭେଚ୍ଛୁ ବନ୍ଧୁ ମାନେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସମସ୍ତଙ୍କ ସହଯୋଗ ଓ ଉପସ୍ଥିତି ଦ୍ୱାରା କାର୍ଯକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇଥିଲା।
