ନାମ ଭଗବତ କାମ ଆତ୍ମସାତ

ନାମ ଭଗବତ କାମ ଆତ୍ମସାତ -(୧୮/୦୪)-ରାହାମା ଆଜି କାଲି ଆଧ୍ୟାତ୍ମିକ ଚେତନା ହଜିଗଲାଣି ! ସମୟ କୁ ନେଇ କିଛି ଲୋକ ମଧ୍ୟ ଏ ଦିଗରେ ଲୋକଙ୍କୁ ସଚେତନ କରୁଛନ୍ତି ! ଏହାର ସୁଯୋଗ ନେଇ ତଥା କଥିତ କିଛି ଛଦ୍ମବେଶୀ ମାନେ ଧାର୍ମିକ କାର୍ଯ୍ୟ ନାମ ରେ ଅର୍ଥ ଆତ୍ମସାତ କରୁଛନ୍ତି ! ଆଉ ନିଜର ପ୍ରତିଷ୍ଠା ପାଇଁ ସେମାନଙ୍କୁ ସମର୍ଥନ ଦେଉଛନ୍ତି କିଛି ରାଜନେତା , ବ୍ୟବସାୟୀ, ସାଧୁସନ୍ଥ, ଆଉ ସରକାରୀ କର୍ମଚାରୀ ! ଏହି ବ୍ୟାଧି ବର୍ତ୍ତମାନ ସାରା ରାଜ୍ୟ କୁ ବ୍ୟାପି ଗଲାଣି ! ଏଥିରେ ଆମ ଜିଲ୍ଲା ର ପ୍ରମୁଖ ସ୍ଥାନ ରାହାମା ବଡ଼ ଚର୍ଚ୍ଚା ରେ ଅଛି ” ଧର୍ମ ନାମ ରେ ବେପାର ” ! ରାହାମା ଏକ ବୁଦ୍ଧିଜୀବୀ ମାନଙ୍କ ସ୍ଥାନ ! ବଜାର କୁ ଲାଗି ଗୋଟେ ପଡିଆ ଅଛି, ଏହି ପଡିଆ ରେ ଧର୍ମ ନାମ ରେ ଚାଷ କରନ୍ତି କିଛି ବ୍ୟକ୍ତି ! ଲାଭବାନ ଵି ହୁଅନ୍ତି ! ଘର, ଗାଡି, ବାଡ଼ି ସବୁ କିଣନ୍ତି ! କିନ୍ତୁ ସାଧାରଣ ଜନତାଙ୍କୁ ଭକୁଆ ବନାନ୍ତି ! ଏପରିକି ସରକାରୀ କର୍ମଚାରୀ ମାନେ ଏଥିରେ ସାମିଲ ଅଛନ୍ତି ! ସାଧାରଣ ଭାବେ କୌଣସି ସରକାରୀ ମୈଦାନ ରେ କାର୍ଯ୍ୟକ୍ରମ ପାଇଁ ଅନୁମତି ନେବାକୁ ପଡୁଥିଲା ବେଳେ ! ଏହି ପଡିଆ ରେ ସ୍ଥାୟୀ ଭାବେ ଏକ ଯଜ୍ଞ ଘର ନିର୍ମାଣ ହୋଇଛି ! ପାଖରେ ଶିକ୍ଷାନୂଷ୍ଟାନ ଥିବା ସତ୍ୱେ ସରକାରୀ ବାବୁ ମାନେ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ଡାକାଵାଜି ଯନ୍ତ୍ର ବାଜିବା ପାଇଁ କିଭଳି ଅନୁମତି ଦେଉଛନ୍ତି ! ସବୁଠୁଁ ବଡ଼ କଥା ଛୋଟ ଠେଲା ଗାଡି ବ୍ୟବସାୟୀ ଙ୍କ ଠାରୁ ଆଖିଦେଖେଇ ଚାନ୍ଦା ଆଦାୟ ହେଉଥିଲା ବେଳେ , ବଡ଼ ବଡ଼ ବ୍ୟବସାୟୀ ମାନେ ମାନପତ୍ର ଲୋଭ ରେ ମୋଟା ଅଙ୍କ ର ଦାନ ଦେଉଛନ୍ତି ! ଭୁବନେଶ୍ୱର ର ପ୍ରତିଷ୍ଠିତ କଲେଜ ମାନେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଦେଇ ପରିଚୟ ସାଉଁଟି ଚାଲିଛନ୍ତି ! ସବୁଠୁ ବଡ଼ କଥା ହେଲା ଠାକୁର କୌଣସି ପଦର୍ଶିତ ବସ୍ତୁ ନୁହନ୍ତି, ଏଠି ଚାଲୁଛି ଠାକୁର ଙ୍କ ପଦର୍ଶନ ! ଚିଡ଼ିଆଖାନା ରେ ବୁଲି ବୁଲି ଲୋକେ ଜୀବଜନ୍ତୁ ଦେଖିବା ଭଳି ଏଠି ବୁଲି ବୁଲି ଠାକୁର ଦେଖୁଛନ୍ତି ଏବଂ ରଖା ଯାଇଥିବା ବଡ଼ ବଡ଼ ହୁଣ୍ଡୀ ରେ ଅର୍ଥ ଗଦା କରି ଚାଲିଛନ୍ତି ! ଏବର୍ଷ ମଧ୍ୟ ପୁରୀର କିଛି ସେବାୟତ ରାହାମା ର ରାଜରାସ୍ତା ରେ ରୋଡ଼ ସୋ କରିଥିବା ଦେଖିବାକୁ ମିଳିଥିଲା ! ବାସ୍ତବ ରେ ଜଗନ୍ନାଥ ଙ୍କ ଏପରି ଅପମାନ ଜଗନ୍ନାଥ ପ୍ରେମୀ ଙ୍କ ହୃଦୟ କୁ କୁଠାର ଘାତ କରୁଛି ! ଏହି କାର୍ଯ୍ୟକ୍ରମ ରେ ଦୁଇଶହ ମାନପତ୍ର ବିକ୍ରି ହୋଇଥିଲା ବେଳେ, କିଛି ଲୋକ ଙ୍କ ପାଟି ବନ୍ଦ ପାଇଁ ଟଙ୍କା ଆଉ ସମ୍ମାନ ମଧ୍ୟ ଦିଆଯାଇଛି ! ଶୁଣାଯାଉଛି ଯେ ଆଗାମୀ ବର୍ଷ କୁ ଏହି ଚାଷ ରେ ବଡ଼ ବଡ଼ ଧନୀ ବ୍ୟକ୍ତି ଙ୍କୁ ସାର ଭାବେ ବ୍ୟବହାର କରି ଆହୁରି ଲାଭବାନ ହେବାକୁ ପ୍ରଚେଷ୍ଟା ଚାଲିଛି ! ଭାଗଚାଷୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତେଣୁ ଚାଷ କୁ ବଢ଼େଇବାକୁ ପଡିବ ! ବୁଦ୍ଧିଜୀବି ଏବଂ ସାଧୂସନ୍ଥ ମାନେ ବିନମ୍ର ନିବେଦନ କରିଛନ୍ତି ଏପରି ଧର୍ମ ନାମ ରେ ଲୁଟ ରୁ ନିବୃତ ରହିବା ପାଇଁ !

Leave a Reply

Your email address will not be published. Required fields are marked *