କୋରେଇ ବିଧାୟକଙ୍କ ଦ୍ୱାରା ପାଟରଙ୍ଗା ଗ୍ରାମ ପଂଚାୟତରେ ଦୁଇଗୋଟି ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭିତିପ୍ରସ୍ତର ସ୍ଥାପନ
କୋରେଇ ବିଧାୟକଙ୍କ ଦ୍ୱାରା ପାଟରଙ୍ଗା ଗ୍ରାମ ପଂଚାୟତରେ ଦୁଇଗୋଟି ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭିତିପ୍ରସ୍ତର ସ୍ଥାପନ l ଆଜି କୋରେଇ ବ୍ଲକ୍ ଅନ୍ତର୍ଗତ ପାଟରଙ୍ଗା ଗ୍ରାମପଂଚାୟତରେ ଦୁଇଗୋଟି ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭିତିପ୍ରସ୍ତର ସ୍ଥାପନ କଲେ କୋରେଇର ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକ । ବିଧାୟକ ଶ୍ରୀଯୁକ୍ତ ଦାସନାୟକଙ୍କୁ କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ତଳଗଡ ଛକଠାରୁ ପାଟରଙ୍ଗା ଗ୍ରାମପଂଚାୟତ ଉପଋଗଡ ହନୁମାନ ଛକ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଉପରଗଡ ହନୁମାନ ଛକ ଠାରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏନ୍.ଏଚ୍.-୨୧୫ ଠାରୁ ଗୋହିରାଗଡିଆ ରାସ୍ତାର ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ନିମନ୍ତେ ଓଡିଶା ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ୬ କୋଟି ୫୫ ଲକ୍ଷ ଟଙ୍କା ଅର୍ଥ ମଂଜୁର କରିଛନ୍ତି । ସେହିପରି ଅନ୍ୟ ରାସ୍ତା ଆର୍.ଡି. ରାସ୍ତା (ଉପରଗଡ ହନୁମାନ) ଛକ ଠାରୁ ଦମକଳ କେନ୍ଦ୍ର ମିଲିଟାରୀ ଛକ ପୂର୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ନିମନ୍ତେ ୩ କୋଟି ୧୨ ଲକ୍ଷ ଟଙ୍କା ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅର୍ଥ ମଂଜୁର କରିଛନ୍ତି । ଏହି ଦୁଇଗୋଟି ରାସ୍ତା ନିର୍ମାଣ ହେଉଥିବା ଜାଣି ଆଜି ପଂଚାୟତବାସୀ ବହୁତ ଖୁସି ଥିବାର ଅନୁମାନ କରାଯାଇଛି । ବିଧାୟକ ଆକାଶ ଦାସନାୟକଙ୍କ ଏହି ପ୍ରଚେଷ୍ଟାକୁ ପାଟରଙ୍ଗା ଗ୍ରାମପଂଚାୟତ ଏବଂ କୋରେଇ ବ୍ଲକ୍ର ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ । କୋରେଇ ବ୍ଲକ୍ରେ ଗମନାଗମନ ବିକାଶରେ ଆଜି ଆଉ ଏକ ନୂତନ ଫର୍ଦ୍ଦ ଯୋଡାହୋଇଛି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନା, ପାଟରଙ୍ଗା ଗ୍ରାମପଂଚାୟତ ସରପଂଚ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ, ସମିତି ସଭ୍ୟ ଶ୍ରୀଯୁକ୍ତ କୁଶ ମୁଣ୍ଡା, ବିଧାୟକ ପ୍ରତିନିଧି ଧନେଶ୍ୱର ବାରିକ, ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା ଙ୍କ ସମେତ ବହୁ ପ୍ରମୁଖ ଉପସ୍ଥିତ ଥିଲେ ।
