ଜିଲ୍ଲାସ୍ତରୀୟ ସିଏମ ଟ୍ରଫି ୨.୦ର ପ୍ରଥମ ସଂସ୍କରଣ ଉଦଯାପିତ

ପୁରୀ, ୧୯/୪- ରାଜ୍ୟ ସରକାରଙ୍କ ଯୁବ କ୍ରୀଡା ବିଭାଗ ପକ୍ଷରୁ ଚାଲିଥିବା ସିଏମ ଟ୍ରଫି ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆନନ୍ଦ ଉଲ୍ଲାସର ସହ ଉଦଯାପିତ ହୋଇଯାଇଛି । ପ୍ରତିଭା ଅନେକ ଲକ୍ଷ ଏକ ପଡିଆରୁ ପୋଡିୟମକୁ ପାଥେୟ କରି ଏହି ପ୍ରତିଯୋଗିତା ଶନିବାର ଠାରୁ ଆରମ୍ଭ ହୋଇଥିଲା । ଏହି ଖେଳ ମଧ୍ଯରେ ଫୁଟବଲ, ଖୋ ଖୋ, ଭଲିବଲ ଓ କବାଡି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟର କୋଣ ଅନୁକୋଣରେ ଲୁଚି ରହିଥିବା ଲୁକାୟିତ କ୍ରୀଡାବିତ ପ୍ରତିଭାକୁ ସର୍ବସାଧାରଣରେ ପରିପ୍ରକାଶ ସହ କ୍ରୀଡାବିତ ମାନଙ୍କୁ ଦେଶର ଏକ ଶ୍ରେଷ୍ଠ କ୍ରୀଡାବିତ ଭାବେ ଗଢିତୋଳିବା ଏହି ପ୍ରତିଯୋଗିତାର ଲକ୍ଷ ଓ ଉଦ୍ଦେଶ୍ଯ । ରବିବାର ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦେଇ ପିଲାମାନଙ୍କ ଖେଳ ପ୍ରଦର୍ଶନକୁ ପ୍ରଶଂସା କରିବା ସହ କ୍ରୀଡାବିତ ମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଜୋନସ୍ତରରୁ ରାଜ୍ୟସ୍ତରରେ ନାମ ରଖି ଭଲ କ୍ରୀଡାବିତ ଭାବେ ପରିଚିତ ହୋଇପାରିବେ । ପାଠ ପଢିବା ସହ ଖେଳ କସରତ ଦ୍ବାରା ଶାରୀରିକ ସୁନ୍ଦର ଗଠନ ଓ ବୁଦ୍ଧିମାନ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଓଡ଼ିଶା ଅଲମ୍ପିକ୍ସ ସଂଘ କୋଷାଧ୍ୟକ୍ଷ ରବିଶଙ୍କର ପତିହରୀ, ଭାରତୀୟ ଖୋ ଖୋ ମହାସଂଘ ଫେଡେରେସନ ର ଉପସଭାପତି ତଥା ଓଡ଼ିଶା ଖୋ ଖୋ ସଙ୍ଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ପୂର୍ବତନ ଶାରୀରିକ ଶିକ୍ଷା ଶିକ୍ଷକ ବଟକୃଷ୍ଣ ଜେନା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ସରକାରଙ୍କ ଲୋକାଭିମୁଖୀ ତଥା ତୃଣମୂଳ ସ୍ତରରେ କୋମଳମତି କ୍ରୀଡାବିତ ମାନଙ୍କ ପ୍ରତିଭାର ବିକାଶ ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ ବୋଲି ଅତିଥି ମାନେ କହିଥିଲେ ।

ଏହି ପ୍ରୟାସ ପାଇଁ ଆଗାମୀ ଦିନରେ ବଡ ବଡ କ୍ରୀଡା ପ୍ରତିଯୋଗିତା ରେ ଓଡ଼ିଶା ଉଲ୍ଲେଖଯୋଗ୍ଯ ପ୍ରଦର୍ଶନ କରିବ ବୋଲି କହିଥିଲେ। ଖୋ ଖୋ ରେ ବାଳକ ବିଭାଗରେ ଡେଲାଙ୍ଗ ବ୍ଲକ କେ.ପି.ପି ଚାମ୍ପିଅନ,ଦ୍ବିତୀୟ ଡେଲାଙ୍ଗ ବ୍ଲକ ଅମାଳଙ୍ଗ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ କୃଷ୍ଣପ୍ରସାଦ ବ୍ଲକ। ବାଳିକା ବିଭାଗରେ ଡେଲାଙ୍ଗ କେ.ପି.ପି ଚାମ୍ପିଅନ,ଦ୍ୱିତୀୟ ଅମାଳଙ୍ଗ ଓ ତୃତୀୟରେ ପୁରୀସଦର। କବାଡିରେ ବାଳକ ବିଭାଗରେ ଡେଲାଙ୍ଗ ବ୍ଲକ ମହତାବ ସ୍ପୋର୍ଟ୍ସ ଏକାଡମୀ ଚାମ୍ପିଅନ, ଦ୍ବିତୀୟ ପୁରୀ ନିତା ସ୍ପୋର୍ଟ୍ସ ଏକାଡେମୀ ଓ ବାଳିକା ବିଭାଗରେ ଡେଲାଙ୍ଗ ମହତାବ ସ୍ପୋର୍ଟ୍ସ ଏକାଡେମୀ, ପୁରୀ ନିତା ସ୍ପୋର୍ଟ୍ସ ଏକାଡେମୀ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଭଲିବଲ ବାଳକ ବିଭାଗରେ ଚାମ୍ପିଅନ କଣାସ ଓ ଗୋପ ରନର୍ସ ଅଫ ଙ୍କୁ ଅତିଥିମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ କରାଯାଇଥିଲା ।ଭଲିବଲ ପର୍ଯ୍ଯବେକ୍ଷକ ସୁବୋଧ ଜେନା ଉପସ୍ଥିତ ରହି ଖେଳାଳୀମାନଙ୍କ ଖେଳ ପ୍ରତିଯୋଗିତାକୁ ନିରୀକ୍ଷଣ କରିଥିଲେ । ଭଲିବଲ କୋଚ ଶ୍ରୀକାନ୍ତ ନାୟକ, ଖୋ ଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ଓ କବାଡି କୋଚ ସଦାଶିବ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନା କରୁଥିବା ବେଳେ ସୂର୍ଯ୍ୟ ନାରାୟଣ ଜେନା ସମସ୍ତ ଖେଳ ପ୍ରତିଯୋଗିତାକୁ ତଦାରଖ କରିଥିଲେ । ୪ଟି ବିଭାଗର ଖେଳ କୋଚ, ଅଫିସର, ମ୍ଯାନେଜର, ରେଫରୀ ମାନେ ଉପସ୍ଥିତ ରହି ପ୍ରତିଯୋଗିତାରେ ସହଯୋଗ କରିଥିଲେ। କ୍ରୀଡାବିତ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ, ଫାଷ୍ଟଏଡ ସେଣ୍ଟର, ଖାଦ୍ଯ ପାନୀୟଜଳ ଓ ଅନ୍ଯାନ୍ଯ ସମସ୍ତ ସୁବିଧାସୁଯୋଗ ବନ୍ଦୋବସ୍ତ କରାଯାଇଥିଲା । ୨୫ ଏପ୍ରିଲରେ ଫୁଟବଲ ଖେଳାଳୀମାନଙ୍କ ବିଜେତା ଘୋଷଣା ସହ ଉଦଯାପନ କାର୍ଯ୍ୟକ୍ରମ ରହିବ ବୋଲି କ୍ରୀଡା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *