ପଞ୍ଚ ପିତା (ପ୍ରକୃତି ବନ୍ଧୁ ହରିହର ସାହୁ, ଢେଙ୍କାନାଳ)

ବାପା ମାଆ ଠାରୁ ବଡ ଠାକୁର ଯେ ଜଗତ ରାଇଜେ ନାହିଁ।

ତାଙ୍କରି କରୁଣା ଯା ଉପରେ ଅଛି ଜଗତ ଜିତିବ ସେହି।

ପିତା ଙ୍କ ଆଶିଷ ସରଗ ର ସୂର୍ଯ୍ୟ ପିତା ଯେ ଅଟନ୍ତି ମଣିପିତୃସତ୍ୟ ଯିଏ ପାଳନ କରଇହୃଦୟ ନିଅଇ ଜିଣି।ପଞ୍ଚ ପିତା ଅଟେ ଜଗତ ର ଜିତାପିତା‌ ଅଟେ ସ୍ବର୍ଗ ନାମପିତା ଙ୍କ ଆଶିଷ ଲଭନ୍ତି ଯେ ଜନରଖନ୍ତି ମହୀରେ ନାମ।ଜନ୍ମ ଦାତା ପିତା ପ୍ରଥମ ଅଟନ୍ତି ଦ୍ବିତୀୟ ରେ ଶିକ୍ଷା ଗୁରୁ ଅନ୍ଧାର ପଥରୁ ଆଲୋକ ଦିଅନ୍ତି ଦ୍ବିତୀୟ ପିତା ସେ ଗୁରୁ।ତୃତୀୟ ପିତା ଯେ କର୍ଣ୍ଣେ ମନ୍ତ୍ର ଦେଇଶୋଧନ କରନ୍ତି ମନଭଗବତ୍ କୃପା ତାଙ୍କ ରି କୃପାରୁ କରନ୍ତି ସଂସ୍କାର ଜନ।ପତ୍ନୀ ଙ୍କ ପିତା ଯେ ଚତୁର୍ଥ ପିତା ସେକନ୍ଯା ଦାନ କରିଛନ୍ତି।ଦାନୀ ରୂପେ ସେହି ଚତୁର୍ଥ ପିତା ଯେ ମହୀ ରେ ସ୍ଥାନ ପାଆନ୍ତି।ଅନ୍ନ ସଂସ୍ଥା ଯିଏ ଦିଅନ୍ତି ତୁମକୁ ପଞ୍ଚମ ପିତା ଅଟନ୍ତି ସମସ୍ତ ଙ୍କ ଦୁଃଖ ହରଣ କରନ୍ତି ଅନ୍ନ ସଂସ୍ଥାନ ଦିଅନ୍ତି।କେବେ ହେଲେ କେହି ଅମାନ୍ୟ ନକରପଞ୍ଚ ପିତା ଙ୍କ ର ବାଣୀ ସମସ୍ତ ଙ୍କ ହିତ ସାଧନ କରନ୍ତି ସତେ ଅବା ବିଣାପାଣି।ପୃଥିବୀର ଜନ ପିତାଙ୍କ ଆଦେଶ କେବେ ନକରିବ ହେଳା ପିତା ଙ୍କ ର ବାଣି ଅମାନ୍ୟ କରିଲେ ବୁଡିବ ତୁମରି ଭେଳା (ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)ଇଲେଇଜଙ୍ଗ, ଗଁଦିଆ ଢେଙ୍କାନାଳ ଓଡ଼ିଶା ୭୫୯୦୧୬

Leave a Reply

Your email address will not be published. Required fields are marked *