ପବିତ୍ର ଅକ୍ଷୟ ତୃତୀୟା

ପବିତ୍ର ଅକ୍ଷୟ ତୃତୀୟା ଦିନ ଭକ୍ତକବି ଜୟଦେବଙ୍କ ଜୟନ୍ତୀ ପାଳିତ ପୁରୀ:୨୦/୪: ସ୍ଥାନୀୟ ଭିଆଇପି ରୋଡ ଜୟଦେବ ଛକରେ ସ୍ଥାପିତ ଭକ୍ତକବି ଜୟଦେବଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ଗୁରୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳ ୮ଟା ସମୟରେ ଜୟଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଧୂପ ଓ ଦୀପ ପ୍ରଦାନ ପୂର୍ବକ ଉଦଘାଟନ କରିଥିଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଚକ୍ରଧର ମହାପାତ୍ର, ସଂଗଠନ ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ପ୍ରଫେସର ଡକ୍ଟର ବିମଳ ପ୍ରସାଦ ମହାନ୍ତି, ବିପିନ ବିହାରୀ ଦଳାଇ, ଶଙ୍ଖ ମିତ୍ର ସିଂହାରୀ, ଡକ୍ଟର ନୃସିଂହ ଚରଣ ସାହୁ, ପୁଲକ ମିଶ୍ର ଯୋଗଦେଇ ଜୟଦେବଙ୍କ ପୂଜାର୍ଚ୍ଚନା କରିଥିଲେ। ସନ୍ଧ୍ୟାରେ ହୋମ ଯଜ୍ଞ ପରେ ସଂକୀର୍ତ୍ତନ ଏବଂ ଭକ୍ତି କବିତା ଆସର ସହିତ ଭଜନ ପରିବେଷଣ କରାଯାଇଥିଲା। ଏହି ଅବସରରେ ଡକ୍ଟର ପ୍ରମିଲ ନନ୍ଦ, ଚାରୁଲତା ମିଶ୍ର, ଆଶାଲତା ପ୍ରଧାନ, ପ୍ରତିମା ଦାଶ, ଦେବଦତ୍ତ ପ୍ରଧାନ, କାଶୀନାଥ ଖୁଣ୍ଟିଆ, ଅନାମ ଚନ୍ଦ୍ର ସାହୁ, ଶିବସୁନ୍ଦର ମିଶ୍ର ଏବଂ ବିପିନ ବିହାରୀ ଦଳାଇ ଯୋଗଦେଇ ସ୍ବରଚିତ କବିତା ଆବୃତ୍ତି କରିବା ସହ ଭଜନ ଜଣାଣ ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *