ପବିତ୍ର ଅକ୍ଷୟ ତୃତୀୟ
ଆଜି ପବିତ୍ର ଅକ୍ଷୟ ତୃତୀୟ । ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥି ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି।ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିଟି ୧୨ ଫୁଟିଆ ଧଉରା କାଠକୁ ବାରିକେଡ୍ ଘେରାଇ ରଖାଯାଇଥିଲା। ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଶୋତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜା ସମ୍ପାଦନା କରିଥିଲେ।

ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ ହୋଇଥିଲା କୁରାଢ଼ି।ଅପରାହ୍ନ ୫.୩୦ ପର ତିନି ଜଣ ପୂଜାପଣ୍ଡା ସାମନ୍ତ ୩ଟି ଆଜ୍ଞାମାଳ ଧରି ଆସିଥିଲେ।ମନ୍ତ୍ର ଧ୍ୱନି ମଧ୍ୟରେ ବିଶ୍ୱର୍କମାମାନେ ପାରମ୍ପରିକ ରୀତିନୀତିରେ ଉକ୍ତ କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିଛନ୍ତି।ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅନୁଯାୟୀ ରଥ ନିର୍ମାଣ ହୋଇଛି।ରଥ ନିର୍ମାଣରେ ମୁଖ୍ୟତଃ ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଆଦି କାଠ ବ୍ୟବହୃତ ହୋଇଥାଏ।ପ୍ରମୁଖ ନିର୍ମାଣକାରୀଙ୍କ ମସ୍ତକରେ ଶାଢିବନ୍ଧା ନୀତି ହୋଇଥିଲେ । ଯଥାବିଧି ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ନୂତନ କୁରାଢ଼ିରେ ରଥ ନିର୍ମାଣ ଅନୁକୂଳ କରିଥିଲେ। । ତିନି ରଥର ମୁଖ୍ୟ ବିଶ୍ୱକର୍ମା ନୂତନ ଲୌହ କୁରାଢ଼ିକୁ ରଥତ୍ରୟର ତିନି କାଠଖଣ୍ଡକୁ ସ୍ପର୍ଶ କରି ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣାର୍ଥେ ପ୍ରାର୍ଥନା କରିଛନ୍ତି। ।ଆସନ୍ତା କାଲି ଠାରୁ ଶ୍ରୀନହର ସମ୍ମୁଖ ଚାଳିରେ ତିନି ରଥ ତିଆରିର ଶୁଭାରମ୍ଭ ହେବ । ପ୍ରଥମେ ଚକ ନିର୍ମାଣ କରାଯିବ । ।
