ଓଡିଶା ଅଗ୍ନିଶମ ସପ୍ତାହ ଦିବସ ପାଳିତ

ଯାଜପୁର ରୋଡ ଅଗ୍ନିଶମ ବିଭାଗ ପକ୍ଷରୁ ଯାଜପୁର ରୋଡ “ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ” ପରିସରରେ ଓଡିଶା ଅଗ୍ନିଶମ ସପ୍ତାହ ଦିବସ ପାଳିତ ହେଇଯାଇଛି l ଆଜି “ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ” ର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ରୋଡ ଅଗ୍ନିଶମ ଅଧିକାରୀ ତାପସ କୁମାର ମନ୍ତ୍ରୀ ଯୋଗଦେଇ ସ୍କୁଲରେ ନିଆଁ ଲାଗିଲେ କିଭଳି ସୁରକ୍ଷା ରଖିବେ ଆଲୋଚନା କରିଥିଲେ l

ଏହି କାର୍ଯ୍ୟକ୍ରମରେ ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଓ ବଲବୀର ସିଂ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସୁରକ୍ଷା ଉପରେ ଆଲୋଚନା କରିଥିଲେ l ଏହି ଅବସରରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍କୁଲରେ ନିଆଁ ଲାଗିଲେ କିଭଳି ନିଆଁକୁ ଆୟତ୍ତକୁ ଆଣିବେ ସେ ନେଇ ମଗ ଡ୍ରିଲ ମାଧ୍ୟମରେ ଛାତ୍ର ଛାତ୍ରୀ ଟ୍ରେନିଂ ଦେଇଥିଲେ l

Leave a Reply

Your email address will not be published. Required fields are marked *