ଜାତୀୟ ଦାବୀ ଦିବସ ଅବସରରେ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ରଙ୍ଗେଈଲୁଣ୍ଡା ଶାଖା ତରଫରୁ ବିକ୍ଷୋଭ।

ରଙ୍ଗେଈଲୁଣ୍ଡା/ଚିକିଟି, 21/4( ):ଜାତୀୟ ଦାବୀ ଦିବସ ଅବସରରେ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ରଙ୍ଗେଈଲୁଣ୍ଡା ଶାଖା ତରଫରୁ ତହସିଲ ଅଫିସ ଠାରୁ ଶୋଭାଯାତ୍ରା ରେ ବାହାରି ବ୍ଲକ ଅଫିସ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ୯ଦଫା ଦାବୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ୧୦ଦଫା ଦାବୀ ପ୍ରଦାନ କରିଥିଲେ। ଭେଳିଡେସନ ଏକ୍ଟ ପ୍ରତ୍ୟାହାର, ଏନପିଏସ /ୟୁପିଏସ ଉଛେଦ, ଓପିଏସ ପୁନଃ ପ୍ରଚଳନ, କମୁଟେସନ ୧୫ବର୍ଷ ପରିବର୍ତ୍ତେ ୧୦ବର୍ଷ ୮ମାସରେ ପରିଶୋଧ, ୧୮ମାସ ବକେୟା ଡିଏ ତୁରନ୍ତ ପ୍ରଦାନ, ସ୍ୱାସ୍ଥ୍ୟ ଭତ୍ତା ଓ ବସ /ରେଳ ଯାତ୍ରାରେ ୫୦%ରିହାତି ଇତ୍ୟାଦି ବିଭିନ୍ନ ଦାବୀ ନେଇ ବ୍ଲକ ସମ୍ମୁଖରେ ରେ ନାରାବାଜି ଦେଇଥିଲେ। ଆଗାମୀ ଦିନରେ ଯଦି ସରକାର ଏହି ଦାବୀ କୁ ଦୃଷ୍ଟି ନ ଦିଅନ୍ତି ତାହାହେଲେ ରାଜରାସ୍ତାରେ ଲଢେଇ ହେବ ବୋଲି ଚେତାବନୀ ଦେଇଥିଲେ। ସଭାପତି କେ କୃଷମୂର୍ତ୍ତି, ସମ୍ପାଦକ ପ୍ରସନ୍ନ କୁମାର ପାଢ଼ୀ, ଦେବଦତ ଚୌଧୁରୀ, ନୀଳମାଧଵ ଷଡ଼ଙ୍ଗୀ, ବିନୋଦବିହାରୀ ଜେନା, ଶଶୀଧର ପାଢ଼ୀ ଏବଂ ସାରଥୀ ପାତ୍ରଙ୍କ ସମେତ ସହ ସହ ଅବସରପ୍ରାପ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *