ଭକ୍ତକବି ସାଲବେଗଙ୍କ ମହାପ୍ରୟାଣ ଦିବସ ପାଳିତ

ପୁରୀ:୨୧/୪: ପୁରୀ ବଳଗଣ୍ଡି ଛକରେ ଅବସ୍ଥିତ ଭକ୍ତକବି ସାଲବେଗଙ୍କ ସମାଧି ପୀଠ ସଭାଗୃହରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଶିଶୁ କିଶୋର ପତ୍ରିକା ‘ଟିକିତାରା’ ମିଳିତ ସହଯୋଗରେ ଓଡ଼ିଆ ସାହିତ୍ୟର ବରେଣ୍ୟ ଚିର ନମସ୍ୟ ଓ ବନ୍ଦନୀୟ ଭକ୍ତକବି ସାଲବେଗଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। ଏହି ସ୍ମୃତିଚାରଣ ସଭାରେ ପୂର୍ବତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତଥା ବିଶିଷ୍ଟ ସାହିତ୍ୟିକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ମୁଖ୍ୟ ଅତିଥି, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ଶୁକଦେବ ମହାନ୍ତି ବିଶିଷ୍ଟ ଅତିଥି, ସମାଜସେବୀ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ସମ୍ମାନନୀୟ ଅତିଥି ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ସପ୍ତଦଶ ଶତାବ୍ଦୀର ଓଡ଼ିଆ କବି ସାଲବେଗ, ହିନ୍ଦୁ ଓ ମୁସଲମାନ ଉଭୟ ସଂସ୍କୃତିର ଏକ ସମ୍ମିଳିତ କୀର୍ତ୍ତିସ୍ତମ୍ଭ ବୋଲି ମତବ୍ୟକ୍ତ କରିବା ସହିତ ଅସୁମାରି ଓଡ଼ିଆ ଭଜନ ଓ ଜଣାଣର ସ୍ରଷ୍ଟା ସେ ଜାତୀୟ ଆନ୍ଦୋଳନର ଏକ ଲୋକପ୍ରିୟ ଓ ସୁପରିଚିତ ନାମ ହୋଇ କାଳକାଳକୁ ଯଶ ରଖିଯାଇଛନ୍ତି। ଏହି ଅବସରରେ ଭକ୍ତକବି ସାଲବେଗଙ୍କ ରଚନାରୁ କେତୋଟି ଭଜନ ଓ ଜଣାଣ ଗୁରୁ ଶକ୍ତି ପ୍ରସାଦ ନାୟକଙ୍କ ନିର୍ଦ୍ଦେଶନାରେ ସର୍ବାଣୀ ଦାସ,

ସିପାଲୀ ସେଠୀ, ପ୍ରଜ୍ଞା ପାରମିତା ମିଶ୍ର,ମୀନା କୁମାରୀ ମିଶ୍ର, ସିପ୍ରାନ ସେଠୀ, ଶ୍ରେୟା ସଲୋନୀ ମହାପାତ୍ର , ବିଶ୍ୱଜିତ ମହାପାତ୍ର ପ୍ରମୁଖ ପରିବେଷଣ କରିଥିଲେ। ପ୍ରାରମ୍ଭରେ ଭକ୍ତ କବିଙ୍କ ସମାଧୀରେ ପୁଷ୍ପ, ଧୂପ ଓ ବସ୍ତ୍ର ଦେଇ ଆଶିଷ ଭିକ୍ଷା କରାଯାଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଚୀବ ଶ୍ରୀଯୁକ୍ତ ସଞ୍ଜୟ କୁମାର ଛୁଆଳସିଂହ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଡକ୍ଟର ହେମନ୍ତ କୁମାର ଛୋଟରାୟ, ଚନ୍ଦ୍ରଶେଖର ମହାରାଣା, ବିଜୟଲକ୍ଷ୍ମୀ ଦାଶ ମିଶ୍ର, ରୀତା ବାରିକ, ହରିଶଙ୍କର ମିଶ୍ର, ରମେଶ ଚନ୍ଦ୍ର ଦାଶ, ସନ୍ତୋଷ କୁମାର ମହାନ୍ତି, ଡକ୍ଟର ନୃସିଂହ ଚରଣ ସାହୁ, ଅଶୋକ କୁମାର ମହାନ୍ତି, ଜାନକୀ ବଲ୍ଲଭ ଦାଶ, ମହେଶ୍ୱର ଜେନା, ମହେନ୍ଦ୍ର ଦାଶ, କଳ୍ପନା ମିଶ୍ର, ପ୍ରବାସିନୀ ମିଶ୍ର, ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ପ୍ରତ୍ୟାଶା ମହାପାତ୍ର, ପୈ।ର୍ଣ୍ଣମାସୀ ଦେବୀ, ଶଙ୍ଖ ମିତ୍ର ସିଂହାରୀ, ଅନନ୍ତ ପ୍ରଧାନ, ବିଶ୍ୱବନ୍ଧୁ ଦାଶ, ପ୍ରମୋଦ କୁମାର ପ୍ରଧାନ , ଲାଲା ଅନନ୍ତ ସିଂ ହ, ଯୋଗେଶ୍ଵର ନାୟକ, ସତ୍ୟଭାମା ନାୟକ , ସୁକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଶେଷରେ ଟିକିତାରା ସମ୍ପାଦକ ବିପିନ ବିହାରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *