ହାପି କ୍ଲବ୍ ପକ୍ଷରୁ ୮ମ ବାର୍ଷିକ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା।

କୁଜଙ୍ଗ:ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତ କାଳିଆପାଟ ଗ୍ରାମରେ ଥିବା ହାପି କ୍ଲବ୍ ପକ୍ଷରୁ ୮ମ ବାର୍ଷିକ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ପବିତ୍ର ଅକ୍ଷୟ ତୃତୀୟା ଅବସରରେ କ୍ଲବର ସଭାପତି ବାବସ୍ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ସାଂସଦ ବିଭୁ ପ୍ରସାଦ ତରାଇ,ସମ୍ମାନୀତ ତ୍ରିଭୁବନ ଜୟସିଂ,ଉପଦେଷ୍ଟା ଡ଼ଃ ପ୍ରସନ୍ନ ସାମଲ,ରାନୁ ତରାଇ,ସମ୍ପାଦକ ସର୍ବେଶ୍ଵର ପରିଡ଼ା,କ୍ଷୀରୋଦ ତରାଇ ପ୍ରମୂଖ ଯୋଗଦେଇ ମଞ୍ଚକୁ ଉଦ୍ଘାଟନ କରିବା ସହ କଳାକାର ଓ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ।କ୍ଲବର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିବା ବେଳେ ଶିକ୍ଷ୍ୟାବିତ୍ ପ୍ରଦୀପ ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ।ମଞ୍ଚ ପରିଚାଳନା ତେବେ କଳା ସଂସ୍କୃତି ଭାଇଚାରା ଓ ଗାଁରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ସାଂସ୍କୃତିକ ମଞ୍ଚ ହେଉଛି ହାପି କ୍ଲବର ଏକ ପ୍ରୟାସ ବୋଲି ସାଂସଦ ବିଭୁ ପ୍ରସାଦ ତରାଇ କହିଛନ୍ତି।ଏପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପଞ୍ଚାୟତର ମହିଳା ଓ ଯୁବପିଢ଼ି,ବୁଦ୍ଧିଜୀବୀ ମାନେ ବେଶ୍ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *