ଚିଙ୍ଗୁଡ଼ି ମାଫିଆ ଙ୍କ କଵ୍ଜାରେ କୁଶଭଦ୍ରା ନଦୀ

ଚିଙ୍ଗୁଡ଼ି ମାଫିଆ ଙ୍କ କଵ୍ଜାରେ କୁଶଭଦ୍ରା ନଦୀ l ଶହ ଶହ ଏକର ନଦୀ ପଠାରେ ଚାଲିଛି ବେଆଇନ ଚିଙ୍ଗୁଡ଼ିଘେରି lକୁଶଭଦ୍ରା ଜଳ ନିଷ୍କାସନରେ ବାଧା. ଵ୍ୟାପୁଛି ଚର୍ମ ରୋଗ l ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ।ଗୋପ- ଚିଙ୍ଗୁଡ଼ି ମାଫିଆ ଙ୍କ କଵ୍ଜାରେ କୁଶଭଦ୍ରା ନଦୀ l ଶହ ଶହ ଏକର ନଦୀ ପଠାରେ ଚାଲିଛି ବେଆଇନ ଚିଙ୍ଗୁଡ଼ିଘେରି l ଏହି ବେଆଇନ୍ ଚିଙ୍ଗୁଡ଼ି ଘେରି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଚିଙ୍ଗୁଡ଼ି ଘେରି ଯୋଗୁଁ କୁଶଭଦ୍ରା ନଦୀର ଜଳ ନିଷ୍କାସନରେ ବାଧା ଉପୁଜୁଛି। ଅନ୍ୟପଟେ ଲାଭଖୋର ମନବୃଦ୍ଧି ନେଇ ଚିଙ୍ଗୁଡ଼ି ଘେରିରେ ରାସାୟନିକ ଔଷଧ ପ୍ରୟୋଗ କରାଯାଉଥିବା ବେଳେ ନଦୀପାଣି ମଧ୍ଯ ଦୂଷିତ ହେଉଛି। ଅନେକ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳରେ ଚର୍ମ ରୋଗ ବ୍ୟାପୁଥିବା ମଧ୍ୟ ନଜିର ରହିଛି। କୁଶଭଦ୍ରା ନଦୀ ନିକଟସ୍ଥ ସମୁଦ୍ରରେ ମିଶିଥିବାରୁ ଚିଙ୍ଗୁଡ଼ି ଘେରିର ଵିଷାକ୍ତ ଜଳ ସମୁଦ୍ର ଜଳ ସହ ମିଶି ଵିପଦ ସୣଷ୍ଟି କରୁଛି l ଦୀର୍ଘ ଵର୍ଷ ଧରି ଚିଙ୍ଗୁଡ଼ି ମାଫିଆମାନେ ଶହଶହ ଏକର କୁଶଭଦ୍ରା ନଦୀକୁ ଜଵର ଦଖଲ କରି ଵେଆଇନ ଭାଵେ ଘେରି କରି ଚିଙ୍ଗୁଡ଼ି ଚାଷ କରୁଛନ୍ତି l କେତେକ ସ୍ଥାନରେ ବିଦ୍ୟୁତ୍ ଚୋରି କରାଯାଇ ଚିଙ୍ଗୁଡ଼ି ଘେରିକୁ ଉଚ୍ଚ କ୍ଷମତା ସଂପନ୍ନ ପମ୍ପସେଟ ଲଗାଯାଇ ନଦୀ ପାଣିକୁ ଚୋରି କରାଯାଉଛି l ଫଳରେ କୁଶଭଦ୍ରା ନଦୀ ଗର୍ଭ ଆସ୍ତେ ଆସ୍ତେ ଶୁଖି ମରୁଭୂମି ସଦୣଶ ଆଡକୁ ଗତି କଲାଣି l ଏସଂପର୍କରେ ଜିଲ୍ଲା ପ୍ରଶାସନ ସମେତ ଗୋପ ତହସିଲ ପ୍ରଶାସନ ଏଵଂ ରାଜସ୍ବ ବିଭାଗ ନିକଟରେ ଖବର ରହିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଚିଙ୍ଗୁଡ଼ି ମାଫିଆଙ୍କ କୁଶଭଦ୍ରା ନଦୀ ଭୂସ୍ଵର୍ଗ ପାଲଟିଛି । ଦିନକୁ ଦିନ ତାଙ୍କ ଦୈରାତ୍ମ୍ୟ ଵୣଦ୍ଧି ପାଉଥିବା ଵେଳେ କେତକ ଅସାଧୁ ପ୍ରଶାସନିକ ଅଧିକାରୀ ଙ୍କୁ ହାତଵାରସୀ କରି ମାଲାମାଲ ହେଉଛନ୍ତି l ନଦୀପଠାରେ ଚିଙ୍ଗୁଡ଼ି ଘେରି ସଂପୂର୍ଣ ବେଆଇନ୍ ହୋଇଥିବା ବେଳେ ଜିଲ୍ଲି ପ୍ରଶାସନ,ସ୍ଥାନୀୟ ପ୍ରଶାସନ ଓ ରାଜସ୍ୱ ବିଭାଗ କ’ଣ ପାଇଁ ନିରବଦ୍ରଷ୍ଟା ସାଜିଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁଶଭଦ୍ରା ନଦୀର କାନପୁର ବରପଦା, ବାଙ୍ଗର, ତଳମାଳସାହି, ଟିକନା, ଖାଲକଟାପାଟଣା ଆଦି ଗ୍ରାମର ଶତାଧିକ ବ୍ୟକ୍ତି ଚିଙ୍ଗୁଡ଼ି ଚାଷ କରୁଥିବାବେଳେ କେତେକ କମ୍ପାନୀ ମଧ୍ୟ ମୋଟା ଅଙ୍କର ରଣ ଦେଇ ଚିଙ୍ଗୁଡ଼ି କିଣୁଛନ୍ତି। ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ଏ ନେଇ ସମସ୍ତ ଖବର ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ରାଜସ୍ୱ ନିରୀକ୍ଷକ ନିରବ ରହିବା ଯୋଗୁଁ କିଛି ସରକାରୀ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ଏହା ଉପରେ ପୁରୀ ଜିଲାପାଳ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଜନସାଧାରଣରେ ପକ୍ଷରୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *