ସୁଣ୍ଢି ସମାଜ ପକ୍ଷରୁ ବାର୍ଷିକ ସମ୍ମିଳନୀ l
କୋଣାର୍କ, ୨୦.୦୫ ()– ପୁରୀ କୋଣାର୍କ ବେଳାମାର୍ଗରେ ଅବସ୍ଥିତ ମା ରାମଚଣ୍ଡୀ ଚଣ୍ଡୀ ପୀଠରେ ପୁରୀ ଜିଲ୍ଲା ସାତବିଷ ସୁଣ୍ଢି ସମାଜ ପକ୍ଷରୁ ବାର୍ଷିକ ଉତ୍ସବ ବୁଧବାର ମଧ୍ୟାହ୍ନରେ ମହା ଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି। ଜିଲ୍ଲାର ସାତବିଷ ମଣ୍ଡଳର ସୁଣ୍ଡି ସମାଜ ପରିବାରକୁ ନେଇ ବନ୍ଧୁ ମିଳନ ସହ ଦୁଇ ଦିନିଆ ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିଲା। ସାତବିଷ ମଣ୍ଡଳ ସଭାପତି ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ରାଜ୍ୟ ଶୁଣ୍ଡି ସମାଜ ସଭାପତି ବିକ୍ରମ କେଶରୀ ସାହୁ, ମୂଖ୍ୟ ଉପଦେଷ୍ଟା କୋଦଣ୍ଡଧର ସାହୁ, ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସମ୍ପାଦକ ଭରତ ମଣ୍ଡଳ, ଉପଦେଷ୍ଟା ବସନ୍ତ କୁମାର ସାହୁ, ରାଜ୍ୟ ଯୁବ ସଭାପତି ମଙ୍ଗରାଜ ସାହୁ, ଜିଲ୍ଲା ସଭାପତି ଗୋପବନ୍ଧୁ ସାହୁ, ଉପ ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭାସ୍କର ଚନ୍ଦ୍ର ସାହୁ, ମହିଳା ସଭାପତି ବେବିନା ସାହୁ, ପ୍ରମୁଖ ଯୋଗଦେଇ ନିଜ ନିଜ ଜାତିର ମଙ୍ଗଳ କାମନା ସହ କିପରି ସଂଗଠନ ସୁଦୃଢ଼, ଏକତା, ଜାତିଗତ ବିବାହ ସମସ୍ୟା ସମାଧାନ ଓ ଉନ୍ନତି ହେଇପାରିବ ସେଥିପାଇଁ ସମସ୍ତ ଜାତି ଭାଈ ମାନେ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ।

ଜାତିହିଁ ମଣିଷର ପରିଚୟ, ମତ ପାର୍ଥକ୍ୟ ଓ ମନାନ୍ତର ଦୂରେଇ ଏକଜୁଟ ହୋଇ ନିଜ ଜାତି କୁ ଭଲପାଇବା ଆବଶ୍ୟକ ବୋଲି ଅତିଥି ମାନେ ମତପୋଷଣ କରିଥିଲେ। ପୁରୀ ଓ କୋଣାର୍କ ସହରରେ ଜାତି ଭାଇଙ୍କ ପକ୍ଷରୁ ଜମି ଗ୍ରହଣ କରି ଏକ ଧର୍ମଶାଳା ନିର୍ମାଣ କରିବାକୁ ଶୁଣ୍ଡି ସମାଜ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ଜିଲ୍ଲା ସଭାପତି ସୁଚନା ଦେଇଥିଲେ। ଏହି ଉତ୍ସବରେ ସାତ ବିଷ ମଣ୍ଡଳର ଶତାଧିକ ଜାତିଭାଇ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ସଫଳତା ହାସଲ କରିଥିବା ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ପ୍ରଫୁଲ୍ଲ କୁମାର ସାହୁ, ଉତ୍ତମ ସାହୁ ମଧୁସ୍ମିତା ସାହୁ, କଳ୍ପନା ସାହୁଙ୍କ ସମେତ ସମସ୍ତ କର୍ମୀ ମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।
