ଦ୍ବିତୀୟ ଜିତେନ୍ ବରାଳ ସ୍ମାରକୀ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ପ୍ରତିଯୋଗିତା
ପୁରୀ ଜିଲ୍ଲା ନିମାପଡା ବାରବାଟୀ ପଡିଆରେ ନିମାପଡା ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଯାଇଛି ଦ୍ବିତୀୟ ଜିତେନ୍ ବରାଳ ସ୍ମାରକୀ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ପ୍ରତିଯୋଗିତା। ଏହି ଏକ ଦିବସୀୟ ଦିବାରାତ୍ର ପ୍ରତିଯୋଗିତାରେ ମୋଟ ୬ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଗୋପର ମା ଭବାନୀ ଆସୋସିଏସନ୍ ଓ ନିମାପଡ଼ା ଆଥେଲେଟିକ ଆସିଏସନ ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲ ମ୍ୟାଚରେ ନିମାପଡ଼ା ଆଥେଲେଟିକ ଆସିଏସନ ଗୋପର ମା ଭବାନୀ ଆସୋସିଏସନ୍ ୨.୦ ରେ ହରାଇ ଚମ୍ପିଆନ ହୋଇଥିଲା। ଏହି ପ୍ରତିଯୋଗିତାରେ ଅତିଥି ଭାବେ ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର , ଆଥେଲେଟିକ ଆସିଏସନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ରହି ବିଜେତା ଦଳକୁ ୭ ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପବିଜେତା ଦଳକୁ ୫ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ।
