ଘେନ ବାରେ ନିବେଦନ
ଘେନ ବାରେ ନିବେଦନ
(ପ୍ରକୃତି ବନ୍ଧୁ ହରିହର ସାହୁ, ଢେଙ୍କାନାଳ)
ଘେନ ବାରେ ନିବେଦନ
ଜଗତର ନାଥ ପ୍ରଭୁ ଜଗନ୍ନାଥ
ଅନ୍ତର୍ଯ୍ୟାମୀ ନାରାୟଣ
ତୁମେ ହିଁ ଜୀବନ ତୁମେ ଦୁଃଖୀଧନ
ସକଳ ଦୁଃଖ ହାରଣ ଅନ୍ତର୍ଯ୍ୟାମୀ ନାରାୟଣ।।
ସତ୍ୟ ନାରାୟଣ ରୂପେ ପୂଜା ପାଅ
ଆହେ ବ୍ରହ୍ମାଣ୍ଡ ଠାକୁର
ଶଙ୍ଖ, ଚକ୍ର ଗଦା ପଦ୍ମ ଧରି ପ୍ରଭୁ
ଦୁଃଖ କୁ ବିନାଶ କର
ଆହେ ବ୍ରହ୍ମାଣ୍ଡ ଠାକୁର।।
ହିନ୍ଦୁ ମୁସଲମାନ ପୂଜା କରୁଛନ୍ତି
ସତ୍ୟ ନାରାୟଣ ପୂଜା
ଶିରିଣି ଭୋଗରେ ପୂଜନ୍ତି
ପ୍ରଭୁ ଙ୍କୁ କରି କେତେ ସାଜସଜ୍ଜା
ସତ୍ୟ ନାରାୟଣ ପୂଜା।।
ପଞ୍ଚ ଦେବତା ଙ୍କ ବନ୍ଦନା କରନ୍ତି
ପାଞ୍ଚ ଟି ମୁକା କୁ ଥୋଇ
ଲଡୁ ଫଳ ମୂଳ ଅର୍ପଣ କରନ୍ତି
ହୃଦୟ ରେ ସ୍ଥାନ ଦେଇ
ପାଞ୍ଚ ଟି ମୁକା କୁ ଥୋଇ।।
ଗଣ ନାରାୟଣ ଅମ୍ବିକା ଭାସ୍କର ରୁଦ୍ର ଙ୍କୁ କରନ୍ତି ପୂଜା
ଆଶିଷ ଲଭନ୍ତି ଷୋଳ ପାଲା କରି
ବଜାଇ ମୃଦଙ୍ଗ ବାଜା
ରୁଦ୍ରନାରାୟଣ ପୂଜା।।
ଶିରିଣି ଖାଆନ୍ତି ଆନନ୍ଦ ଲଭନ୍ତି
ହୃଦୟ ରେ ସ୍ଥାନ ଦେଇ
ତୁମେ ନାରାୟଣ ତୁମେ ଅନ୍ତର୍ଯ୍ୟାମୀ ତୁମେ ପ୍ରଭୁ ଭାବଗ୍ରାହୀ।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା
