ରଘୁନାଥପୁର ଥାନା ପକ୍ଷରୁ ଆମପୋଲିସ କାର୍ଯ୍ୟକ୍ରମ।

ରଘୁନାଥପୁର ତା ୧/୫:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ପକ୍ଷରୁ ଗୁରୁବାର ଥାନାପରିଷରରେ ଆମପୋଲିସ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଥାନା ଆଇଆଇସି ପ୍ରେମଜିତ୍ ଦାସ ଓ ଏସ୍ ଆଇ ଯୋଗେଶ ଚନ୍ଦ୍ର ବେହେରା ଙ୍କ ପରିଚାଳନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ରଘୁନାଥପୁର, ଜଗନ୍ନାଥ ପୁର,ମହେନ୍ଦ୍ର ସାହୁଛକ,ନାରାୟଣୀ ବଜାର ଓ ହାଟବଜାର ବ୍ୟବସାୟୀ ବନ୍ଧୁ,ଜଗନାଥପୁର ସରପଞ୍ଚ ଜଗବନ୍ଧୁ ମଲ୍ଲିକ,ପୁରଣଓଡପଡା ସରପଞ୍ଚ ଶିବରାମ ସାହୁ,ଗୁଆଳିପୁର ସରପଞ୍ଚଙ୍କ ପ୍ରତିନିଧି ନିହାର ରଂଜନ ସାହୁ,ପୁରୁଣାବସନ୍ତ ସରପଞ୍ଚ କାଳନ୍ଦୀ ଚରଣ ମହାନ୍ତି,ସାମ୍ବାଦିକ,ବୣଦ୍ଧିଜିବୀ ମାନେ ଯୋଗଦେଇ ଆମପୋଲିସ ସମ୍ପର୍କିତ ଆଲୋଚନା ରେ ଭାଗନେଇଥିଲେ।

ଏଥିରେ ଆଇଆଇସି ଦାସ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ସାଇବର ଠକେଇ କୁ ରୋକିବାପାଇଁ ସଚେତନତା,କଟକ ପାରାଦ୍ୱୀପ ରାସ୍ତାରେ ଦୁର୍ଘଟଣା ଘଟି ବହୁ କମବୟସର ପିଲାମାନଙ୍କ ଜୀବନଯାଉଛି ସେଥିପାଇଁ ଗାଡିରବେଗ,ହେଲମେଣ୍ଟ ବ୍ୟବହାର,ନିଶାଖାଇ ଗାଡିଚଲେଇବା ଉପରେ ପୋଲିସ ପକ୍ଷରୁ ହେବାକୁଥିବା ସଚେତନତା କାର୍ଯ୍ୟକ୍ରମ ଓ ଅଞ୍ଚଳରେ ଚୋରା ନିଶାଦ୍ରବ୍ୟ ବିକ୍ରିସମ୍ପର୍କିତ ସୁଚନାଦେବାପାଇଁ ସମସ୍ତଙ୍କ ସହଯୋଗ କାମନାକରିଥିଲେ।ଏଥିରେ ଉପସ୍ଥିତ ସମସ୍ତ ଅତିଥି ମାନେ ସମସ୍ତ ସଚେତନତା କାର୍ଯ୍ୟକ୍ରମ ରେ ପୋଲିସକୁ ସହଯୋଗ କରିବାସହ ନିଜନିଜ ଅଞ୍ଚଳରେ ସଚେତନତା ସୣଷ୍ଟି କରିବାପାଇଁ ସହମତି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *