ଜନ ଶୁଣାଣି ରେ ମହିଳାଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଅଭିଯୋଗ ।
Date-02/05/26 ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟିଲେ ଜିଲ୍ଲା ମହିଳା ବିଜେଡି ର୍ ପ୍ରତିନିଧିଆଙ୍କର-ଜଗତସିଂହପୁର ଜିଲା ଏରସମା ବ୍ଲକ ଜନ ଶୁଣାଣି କୁ ପାନୀୟ ଜଳ ସମସ୍ୟା ବାବଦରେ ଅଭିଯୋଗ ଜଣାଇବା ପାଇଁ ଆସିଥିବା କିଛି ମହିଳାଙ୍କୁ ଜିଲାପାଳ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା । ଏନେଇ ସାରା ଜିଲ୍ଲାରେ ତୁମ୍ବୀ ତୋଫାନ ଲାଗି ରହିଥିବା ବେଳେ ଆଜି ଜିଲ୍ଲା ବିଜେଡି ମହିଳା ଦଳର ଏକ ପ୍ରତିନିଧି ଦଳ ଜଗତସିଂହପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ଦାସ ଙ୍କୁ ଭେଟି ଏଭଳି ଆଚାରଣ ଠିକ ନୁହେଁ ବୋଲି କହିଛନ୍ତି । ଜିଲ୍ଲା ମହିଳା ସଭାନେତ୍ରୀ ଲୋରା ମହାପାତ୍ର ଙ୍କ ନେତୃତ୍ୱରେ ମହିଳା ମାନେ ଆସିଥିଲେ । ତେବେ ଜିଲ୍ଲାପାଳଙ୍କ ମୁହଁରେ ଏହା ଶୋଭା ପାଉନାହିଁ । ଗରିବ ଲୋକଙ୍କ କଥା ଧାର୍ଯ୍ୟ ର ସହ ଶୁଣି ସମାଧାନ କରିବା ପରିବର୍ତ୍ତେ ବିରକ୍ତି ପ୍ରକାଶ କରିବା ଏହା ଗ୍ରହଣୀୟ ନୁହେଁ ବୋଲି ବିଜୁ ମହିଳା ଦଳ ପକ୍ଷରୁ କୁହାଯାଇଛି । ତେବେ ଆଉ କିପରି ଏହାର ପୁନରାବୃତ୍ତି ନ ହେବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ ।
