ଅନନ୍ତ ପ୍ରଭା ର ସ୍ୱନକ୍ଷତ୍ର ଉତ୍ସବ

ରାହାମା(୨/୫) ଅରିଲୋସ୍ଥିତ ଶିଶୁ ଅନନ୍ତ ଆଶ୍ରମ ର ମୁଖପତ୍ର ” ଅନନ୍ତ ପ୍ରଭା ” ର ୫୨ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି ! ଆଶ୍ରମ ର ପ୍ରତିଷ୍ଠାତା ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ପ୍ରଥମେ ଆର୍ଶୀବାଦ ବଚନ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ ! ଅନନ୍ତ ପ୍ରଭା ର ସମ୍ପାଦକ ବାବାଜୀ ପ୍ରଣବାନନ୍ଦଙ୍କ ପରିଚାଳନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ସମ୍ବାଦ ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ବାରବାଟୀ ର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ,ଭଦ୍ରକ ର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସାଂସଦ ରଞ୍ଜୁଲତା ମଣ୍ଡଳ ,ପୂର୍ବତନ ଡ଼ଃ ତ୍ରିନାଥ ପଟ୍ଟନାୟକ ,ଶରତ କୁମାର ରଥ, ପ୍ୟାରୀମୋହନ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ ! ପରବର୍ତ୍ତୀ ସମୟ ରେ ଅକ୍ଷୟ ତୃତୀୟା ରୁ ଆରମ୍ଭ ହୋଇଥିବା ବିଶ୍ଵଶାନ୍ତି ମହାଜଜ୍ଞ ର ପୂର୍ଣ୍ଣାହୁତି ବିଶ୍ଵପ୍ରେମୀ ବଳିଆ ଙ୍କ କରକମଳ ରେ ସମ୍ପାଦିତ ହୋଇଥିଲା ! ଆଶ୍ରମ ର ମୁଖ୍ୟ ଟ୍ରଷ୍ଟି ଶ୍ରୀବାସ ଦାସ , ପରମାତ୍ମା ଦାସ , ଚିନ୍ମୟନନ୍ଦ ବ୍ରହ୍ମଚାରୀ , ଚିଦାନନ ବ୍ରହ୍ମଚାରୀ , ଗୋପାଳ ଦାସ, କାଳିଆ ନନା , ମାନସ ଦାସ , ଡ଼ଃ ଅରୁଣ ପାଣି,ପ୍ରମୁଖ ସହଯୋଗ କରିଥିବା ବେଳେ ଏହି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରେ ପ୍ରାୟ ତିରିଶ ହଜାର ଲୋକ ସମାଗମ ଦେଖିବାକୁ ମିଳିଥିଲା !

Leave a Reply

Your email address will not be published. Required fields are marked *