ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର

ଭଦ୍ରକ, ୨୬/୦୫: ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ବିଷୟରେ ଏରେଇଁ ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମୋନାଲିସା ପଣ୍ଡା, ସାଇବର ସେଲ ଅଧକ୍ଷ ଦୟାନିଧି ଦାସ, ଭଦ୍ରକ ଜିଲ୍ଲା ଏଫ୍ ଏଲ୍ ସି ଅଶ୍ବିନୀ କୁମାର ନାୟକ, ଲିଡ୍ ବ୍ୟାଙ୍କ୍ ସି ଏଫ୍ ଏଲ୍, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଅଧିକାରୀ ମନୋଜ୍ କୁମାର ଦାସ, ସିଡ଼ିପିଓ, ଭଦ୍ରକ ଓ ଏରେଇ ପଞ୍ଚାୟତ ର ସରପଞ୍ଚ ମହୋଦୟା ଯୋଗ ଦେଇଥିଲେ।ଏହି ସଭାରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସଭା ପରିଚାଳିତ କରିଥିଲେ ଓ ପିଲାମାନଙ୍କୁ ସଂଚୟର ମହତ୍ତ୍ଵ ଜଣାଇବା ସହ ଆର୍ଥିକ ସକ୍ଷାରତା ମାଧ୍ୟମରେ ସମାଜ ଗଢ଼ିବା ପାଇଁ ଅନୁପ୍ରାଣିତ କରିଥିଲେ। ସାଇବର ସେଲ ଅଧ୍ୟକ୍ଷ ସଭାରେ ଯୋଗଦେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନ, ଅଙ୍ଗନୱାଡି କର୍ମୀ ଓ ବରିଷ୍ଠ ନାଗରିକ ମାନଙ୍କୁ ସାଇବର ଅପରାଧୀ ମାନଙ୍କ ଶିକାରରୁ ବଞ୍ଚିବାର ଉପାୟମାନ ବୁଝାଇଥିଲେ।

ଏଫ୍ ଏଲ ସି ଓ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ମ୍ୟାନେଜର୍ ବ୍ୟାଙ୍କ୍ ରେ ଉପଲବ୍ଧ ଥିବା ସମସ୍ତ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ଡାକ ବିଭାଗର ଅଧିକାରୀ ଡାକଘରେ ଉପଲବ୍ଧ ସମସ୍ତ ସଞ୍ଚୟ ଯୋଜନା ଗୁଡିକ ସମ୍ବଧରେ ଜଣାଇଥିଲେ ଓ ସଭାରେ ଯୋଗଦେଇଥିବା ବ୍ୟକ୍ତିମାନଙ୍କୁ ସଞ୍ଚୟ ପାଇଁ ଅନୁପ୍ରାଣିତ କରିଥିଲେ ଓ ଚିଟ୍ ଫଣ୍ଡ ଠକେଇ ଶିକାର ନହେବାକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ମୋଟ ୧୦୦ ଜଣ ଗ୍ରାମବାସୀ ଯୋଗଦେଇଥିଲେ। ଏହି ସଭାରେ ଶିଖିଥିବା ତଥ୍ୟ ରେ ଅନୁପ୍ରାଣିତ ହେବା ପାଇଁ ଅଥିତି ପିଲାମାନଙ୍କୁ ଅନୁରୋଧ କରିଥିଲେ ଓ ଓ ନିଜ ପରିବାର ଲୋକଙ୍କୁ ମଧ୍ୟରେ ସଞ୍ଚୟ ଯୋଜନା, ଆର୍ଥିକ ସାକ୍ଷରତା ଓ ସାଇବର ସଚେତନତା ସମ୍ପର୍କରେ ସଚେତନ କରିବା ପାଇଁ ଅନୁରୋଧ କରିଥିଲେ। ଏହି ସଭାଟିକୁ ସଫଳ କରିବାରେ ଏରେଇଁ ପଞ୍ଚାୟତ ର ସରପଞ୍ଚ, କାର୍ଯ୍ୟକର୍ତ୍ତା ଓ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ର କର୍ମକର୍ତ୍ତା ଓ ଡାକ ଏଜେଣ୍ଟ ମାନେ ସହାୟକ ହୋଇଛନ୍ତି।

Leave a Reply

Your email address will not be published. Required fields are marked *