ସରକାର ଙ୍କ ୩ ବର୍ଷିଆ ବଦଳି ନିୟମକୁ ମାନୁନାହିଁ ପ୍ରଶାସନ।
ସରକାର ଙ୍କ ୩ ବର୍ଷିଆ ବଦଳି ନିୟମକୁ ମାନୁନାହିଁ ପ୍ରଶାସନ।ରଘୁନାଥପୁର ରେ ଦିର୍ଘବର୍ଷଧରି ରହିଥିବା କର୍ମଚାରୀ ଙ୍କ ବଦଳିକେବେ?ରଘୁନାଥପୁର ତା୨୭/୫—-ସରକାର ଙ୍କ ୩ ବର୍ଷିଆ ବଦଳି ନିୟମ କୁ ମାନୁନାହିଁ ଜିଲ୍ଲାପ୍ରଶାସନ। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ୧୫ ବର୍ଷ ରୁ ଅଧିକ ସମୟଧରି ଗାଦିମାଡି ବଷିଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ବଦଳି କରାଯାଉନାହିଁ।ବ୍ଲକ,ବିଇଓ କାର୍ଯ୍ୟଳୟ,ସିଡିପିଓ,ମିଶନଶକ୍ତି, ତହସିଲ,ସବରେଜିଷ୍ଟର, ଜଳଯୋଗାଣପରିମଳ,କୣଷିକାର୍ଯ୍ୟାଳୟ ଓ ଶିକ୍ଷକ ମାନଙ୍କ ବଦଳିନହେବା ଫଳରେ ସେମାନେ ଏଠାରେ ରହି ରାଜନୀତି ରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବା ଓ ଲୋକମାନଙ୍କୁ ଲୁଟ କରିବା,ସରକାରୀ ଅର୍ଥକୁ ଆତ୍ମସାତ କରୁଥିବା ସମ୍ପର୍କ ରେ ବାରମ୍ବାର ଅଭିଯୋଗ ହେଉଥିଲେବି ପ୍ରଶାସନ ସେମାନଙ୍କୁ କାହିଁକି ଘଣ୍ଟଘୋଡାଉଛି।ଏମାନଙ୍କ ବଦଳି ସମ୍ପର୍କ ରେ ଅଞ୍ଚଳର ସମାଜସେବୀ ପ୍ରିୟରଂଜନ ସାହାଣୀ ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ କରିଥିବା ଜଣାଯାଇଛି।ସେ କହିଛନ୍ତି ରଘୁନାଥପୁର ବ୍ଲକ ଅଞ୍ଚଳର ବିଭିନ୍ନ କ୍ଷେତ୍ରିୟ ବିଭାଗ ସହ ରଘୁନାଥପୁର ଜଳଯୋଗାଣ ସବଡିଭିଜନ ଅଧିନରେ ରଘୁନାଥପୁର,ବିରିଡି ଓ ତିର୍ତୋଲ ସେକ୍ସସନ କାର୍ଯ୍ୟାଳୟ ରେ ବହୁଯନ୍ତ୍ରୀ ଓ କର୍ମଚାରୀ ମାନେ ଗାଦିମାଡି ବସି ସରକାର ଙ୍କ ରାଜସ୍ଵ କୁ ଚଳୁକରୁଥିଲେବି ଏମାନଙ୍କ ବଦଳି ନହେବା ପଛରେ କି ରହସ୍ୟ ରହିଛି। ଶ୍ରୀ ସାହାଣୀ ପୁଣି କହିଛନ୍ତି ଯେ ରଘୁନାଥପୁର ସବଡିଭିଜନ ରେ ଜଣେଯନ୍ତ୍ରୀ ଏଠାରେ ୨୫ବର୍ଷ ରହିଵ ବାରମ୍ବାର ପଦଉନ୍ନତି ପାଇଥିଲେବି ତାଙ୍କ ର ବଦଳି କରାଯାଇନାହିଁ।

ସେ ଏବେ ପୁଣି ପଦଉନ୍ନତି ପାଇ ଉପନିର୍ବାହୀ ଭାବେ କାର୍ଯ୍ୟକରୁଛନ୍ତି। ଦିର୍ଘବର୍ଷ ଏଠାରେ ରହି ଠିକାଦାର ଙ୍କ ସହ ଭାଗିଦାରୀ ଠିକା କାମକରି କୋଟିକୋଟି ଟଙ୍କା ସମ୍ପତ୍ତି ଠୁଳକରିଛନ୍ତି।ତାଙ୍କନାମରେଭ ଭିଜିଲାନ୍ସ ବିଭାଗରେ ଅନେକ ଅଭିଯୋଗ କରାଯାଇଥିଲେ ମଧ୍ୟ ଭିଜିଲାନ୍ସ ବିଭାଗ ନିରବତାକୁ ନେଇ ପ୍ରଶ୍ନବାଚୀ ସୣଷ୍ଟିକରିଛି।କାହିଁକି ଜଣେ ଯନ୍ତ୍ରୀ ଏଠାରେ ଏତେବର୍ଷ ରହି ପୂର୍ବସରକାର ଙ୍କ ଏଜେଣ୍ଟ ସାଜି କୋଟିକୋଟି ଟଙ୍କା ଚଳୁକରୁଥିଲେବି ପ୍ରଶାସନ ତାକୁ ଜାଣିସୁଣି ଘଣ୍ଟଘୋଡାଇ ରଖିଥିବା ସାହାଣୀ ଅଭିଯୋଗ କରିଛନ୍ତି।ରଘୁନାଥପୁର ଜଳଯୋଗାଣ ସବଡିଭିଜନ ରେ ୩ ଗୋଟି ସେକ୍ସନ ରେ ଶହଶହ କୋଟି ଟଙ୍କା ମିଥ୍ୟା ବିଲରକରାଯାଇଥିବା ସମ୍ପର୍କ ରେ ତଦନ୍ତ ପାଇଁ ସେ ରାଜ୍ୟ ସରକାର ଙ୍କ ନିକଟରେ ଦାବୀ କରିଛନ୍ତି।
