ପୌର ନିର୍ବାହୀ ଅଧିକାରୀଙ୍କ ଅଧକ୍ଷତାରେ ପୌରାଞ୍ଚଳ ଟ୍ରେନରଙ୍କ ଦ୍ବାରା ପ୍ରଶିକ୍ଷଣର ଯୋଜନା
ଜଟଣୀ : ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶ ଅନୁଯାୟୀ ଜଟଣୀ ପୌରାଞ୍ଚଳରେ ଓଡିଶା ପଛୁଆ ବର୍ଗର ସର୍ଭେ ନିମନ୍ତେ ପ୍ରଥମ ରାଉଣ୍ଡ ପ୍ରଶିକ୍ଷଣ ଶିବିର ଜଟଣୀ ପୌର ପରିଷଦର ସମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଅଛି I ଆସନ୍ତା ମଇ ମାସରେ ହେବାକୁ ଥିବା ସର୍ଭେ ପାଇଁ ଜଟଣୀ ପୌରାଞ୍ଚଳରେ ନିୟୋଜିତ ଥିବା ସମସ୍ତ ଇନୁମେରେଟର ଏବଂ ସୁପରଭାଇଜର ମାନଙ୍କୁ ପୌରାଞ୍ଚଳର ମାଷ୍ଟର ଟ୍ରେନର ଶ୍ରୀମତୀ ଅନୁରାଧା ପ୍ରଧାନ ଓ ଦୀପକ ରଥଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିବା ସମସ୍ତ ସଭ୍ୟ ଓ ସଭ୍ୟାଙ୍କୁ ପଛୁଆ ବର୍ଗଙ୍କ ଜାତିଗତ, ଶିକ୍ଷା ଓ ସାମାଜିକ ଅବସ୍ଥା ସମ୍ପର୍କରେ ସଠିକ ଓ ନିର୍ଭୁଲ ତଥ୍ୟ ସଂଗ୍ରହ କିପରି କରାଯିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ପ୍ରଶିକ୍ଷଣ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି ଅଧକ୍ଷତା କରିଥିବା ବେଳେ ଅବଜର୍ଭର ବିଡ଼ିଓ ସରୋଜ ରାଉତ ଏବଂ ଅନ୍ୟ ପୌର କର୍ମଚାରୀମାନେ ଉପସ୍ଥିତ ଥିଲେ |
