ଢ଼ିଙ୍କିଆ ଅଞ୍ଚଳରେ ପ୍ରସ୍ତାବିତ ଜେ ଏସ ଡବ୍ଲୁ ଉତ୍କଳ ପକ୍ଷରୁ ଇଣ୍ଟିଗ୍ରେଟେଡ଼ ଷ୍ଟିଲ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।
ପାରାଦ୍ୱୀପ:- ପାରାଦ୍ୱୀପ ନିକଟସ୍ଥ ଢ଼ିଙ୍କିଆ ଅଞ୍ଚଳରେ ଜେ ଏସ ଡବ୍ଲୁ ଉତ୍କଳ ପକ୍ଷରୁ ବାର୍ଷିକ ୧୩.୨ ନିୟୁତ ମେଟ୍ରିକ ଟନ ସମନ୍ବିତ (ଇଣ୍ଟିଗ୍ରେଟେଡ଼ )ଇସ୍ପାତ କାରଖାନାର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।ମଇ ୨୭ ତାରିଖ ବୁଧବାର ଦିନ ପୂର୍ବାହ୍ନରେ ପ୍ରକଳ୍ପ ଅଞ୍ଚଳରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପାରାଦ୍ୱୀପ ବିଧାୟକ ତଥା ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ,ଜଗତସିଂହପୁର ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ,ଜିଲ୍ଲାପାଳ ଶ୍ରୀ ଜେ ସୋନାଲ,ଏରସମା ବିଧାୟକ ସର ସାରଦା ପ୍ରସାଦ ଜେନା।ଜେଏସଡବ୍ଲୁ ଉତ୍କଳ ମୁଖ୍ୟ ଶ୍ରୀ ଅନୀଲ କୁମାର ସିଂହ,ଜେଏସଡବ୍ଲୁ ଅଧ୍ୟକ୍ଷ ତଥା ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସଜ୍ଜନ ଜିନ୍ଦଲ,, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜେଏସଡବ୍ଲୁ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଜ୍ଜନ ଜିନ୍ଦଲ ତାଙ୍କର ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ଆଜି ସକାଳୁ ଆସି ଏହି ଉତ୍ସବରେ ଯୋଗ ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯେଉଁ ଜାଗ୍ରତ କରିଛନ୍ତି ଏବଂ ସ୍ୱପ୍ନ ଦେଖାଇଛନ୍ତି ତାହାର ପ୍ରତିଫଳନ ପାଇଁ ମୁଁ ଏହି ମାଟିର ଲୋକ ଏହି ପ୍ଲାଣ୍ଟ ନିର୍ମାଣ କରୁଛି।ମହାନଦୀ ସମୁଦ୍ରରେ ମିଶିବା ପରେ ଯେମିତି ବିଶାଳ ହୋଇ ଯାଏ, ସେହିପରି ଉତ୍କଳ ସ୍ଟିଲ ଦେଶ ଓ ବିଦେଶକୁ ଉତ୍ପାଦନ କରି ତାର କାୟା ବିସ୍ତାର କରିବ।ଆମେ କେବଳ ଲୁହାପଥର ନୁହେଁ ତାର ଦଶଗୁଣ ମୂଲ୍ୟ ଭିତ୍ତିକ ଇସ୍ପାତ ଉତ୍ପାଦନ କରିବୁ । ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଲକ୍ଷ ଯେ ୨୦୩୦ ମସିହା ସୁଦ୍ଧା ବାର୍ଷିକ ୩୦୦ ମିଲିୟନ ଟନ ଇସ୍ପାତ ଆବଶ୍ୟକ ଅଛି,ସେଥିରୁ ୫୦ ଭାଗ ଓଡ଼ିଶାରୁ ଉତ୍ପାଦନ ହେବ।ଭଗବାନ ଶ୍ରୀ ଜଗନ୍ନାଥଙ୍କ ଇଚ୍ଛାରେ ମୁଁ ଓଡ଼ିଶା ଆସିଛି।ଓଡ଼ିଶାରେ ପାରାଦ୍ୱୀପ, ସମ୍ବଲପୁର, ପୋସ୍କୋ ସହିତ ମିଶି ଢେଙ୍କାନାଳରେ ଏବଂ କେଉଁଝର ଠାରେ ଜେଏସଡବ୍ଲୁ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି।ଏତଦ୍ବ୍ୟତୀତ ଜେଏସଡବ୍ଲୁ , ସ୍କୁଲ ହସ୍ପିଟାଲ, ଟ୍ରେନିଂ ସେଣ୍ଟର,ପାରିପାର୍ଶ୍ବିକ ଉନ୍ନୟନ ଏବଂ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଏବଂ ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବ। ମୋର ପଇସା ରୋଜଗାର କରିବା ଲକ୍ଷ୍ୟ ନୁହେଁ କିପରି ଦେଶ ତଥା ଓଡ଼ିଶାର ଲୋକଙ୍କ ସେବା କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ପ୍ରକୃତରେ ଏ ପ୍ରକଳ୍ପ ଆପଣ ମାନଙ୍କର।

ସ୍ଥାନୀୟ ଅଞ୍ଚଳରେ ବିକାଶ କରିବେ।ମୁଖ୍ୟମନ୍ତ୍ରୀ ମୋତେ କହିଛନ୍ତି ଯେ ସ୍ଥାନୀୟ ଗ୍ରାମବାସୀମାନଙ୍କ କଥା ବୁଝିବେ।ଆପଣଙ୍କ ସମର୍ଥକ ତଥା ହନୁମାନ ପରି କାର୍ଯ୍ୟ କରିବି ବୋଲି କହିଥିଲେ।ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଲେ ଯେ ସାଂସଦ -ସ୍ଥାନୀୟ ଲୋକମାନେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ସୁଯୋଗ ପାଇବେ ,ଜେଏସଡବ୍ଲୁ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ, ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି।ସୃଷ୍ଟି ହେବ ନୂଆ ରୋଜଗାର।ଜିଲ୍ଲାର ଭିତ୍ତିଭୂମି ବିକାଶ ଓ ଶିକ୍ଷା ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ।ପୂର୍ବ ଭାରତର ମୁଖ୍ୟ ହେବ ଓଡ଼ିଶା ବିଶେଷକରି ଓଡ଼ିଶା ହେବ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ହେଉଛି।ଓଡ଼ିଶାର ପୁଞ୍ଜି ନିବେଶ ବୃଦ୍ଧି ପାଇଛି।ଏ ଅଞ୍ଚଳର ଏକ ସମ୍ଭାବନା ରହିଛି।କ୍ୟାଟିଭ ପାୱାର ପ୍ଲାଣ୍ଟ, ସିମେଣ୍ଟ କାରଖାନା ଓ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବ। ୬୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଓ ୫୦ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ। ଅତ୍ୟାଧୁନିକ ଷ୍ଟିଲ ପ୍ଲାଣ୍ଟ ସମ୍ଭବ ହୋଇଛି।ପାରାଦ୍ୱୀପ ଠାରୁ ଏରସମା ପର୍ଯ୍ୟନ୍ତ ବିକାଶ ହେବ।ଆଜି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।୧୨ ନିୟୁତ ଉତ୍ପାଦନ କ୍ଷମତା ବିଶିଷ୍ଟ ସିମେଣ୍ଟ କାରଖାନା।୯୦୦ କିଲୋ ୱାଟ ବିଶିଷ୍ଟ ପାୱାର ପ୍ଲାଣ୍ଟ ହେବ।୨୦୨୪ ଫେବ୍ରୁଆରୀ ୧୬ ତାରିଖରେଜେଏସଡବ୍ଲୁ ଶିଳା ନ୍ୟାସ ହୋଇ ଥିଲା ।ଏହାର ନିର୍ମାଣ ପାଇଁ୨୦୨୮ ରେ ହେବା କଥା କିନ୍ତୁ ଦୁଇ ବର୍ଷ ପୂର୍ବରୁ ଶିଳାନ୍ୟାସ ହୋଇ କାର୍ଯ୍ୟ ଆରମ୍ଭ ହୋଇଛି।ଜଗତସିଂହପୁର ଜିଲ୍ଲାରେ ,ମେଡ଼ିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ଓ ସରକାରୀ ଇଂଜିନିୟରିଂ କଲେଜ ପ୍ରତିଷ୍ଠା କରାଯିବ।୨୦୨୯ ମସିହା ସୁଦ୍ଧା ଏହି ପ୍ଲାଣ୍ଟ ଉତ୍ପାଦନ କରିବ।ଡବଲ ଇଞ୍ଜିନ ସରକାରଙ୍କ ପରିଚୟ ସ୍ୱରୂପ ଓଡ଼ିଶା ସ୍ଟିଲ ଉତ୍ପାଦନର ରାଜଧାନୀ ହେବ।ଜୁନ ୧୨ ତାରିଖ ରୁ ୨୦ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଏବଂ ଓଡ଼ିଶାରେ ଦୁଇ ବର୍ଷର ଡବଲ ଇଞ୍ଜିନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ କରିବା ପାଇଁ।ଧନ୍ୟବାଦ ଅର୍ପଣ କରିଥିଲେ ଜେସେଡବ୍ଲୁ ଉତ୍କଳ ମୁଖ୍ୟ ଅନୀଲ କୁମାର ସିଂହ।
