ଭୁଲି ଗଲୁଣି ଅତୀତ କୁ

ଭୁଲି ଗଲୁଣି ଅତୀତ କୁ

ସମୟ ସ୍ରୋତ ରେ ଆମେ ଆଜି
ପାଶୋରି ଦେଇଛୁ ଅତୀତ କୁ
ମନେ ନାହିଁ ପିଲା ଦିନର ସେ କଥା
ଯେଉଁ ଗୁରୁଜନ ମାନେ ଆମକୁ
ଦିନରାତି ଏକ କରି ସ୍ନେହ ଦେଇ
ଛୋଟ ରୁ ବଡ଼ କରିଛନ୍ତି
ସେମାନେ ଆଜି ଅଲୋଡ଼ା ଅଖୋଜ।
ଦିନେ ଆମର ମାନେ ପଡ଼େ ନାହିଁ
କେମିତି ଅଛନ୍ତି ସେମାନେ
ଆମ ମୁଣ୍ଡକୁ ହାତ ପାଇବା ପରେ
ସେମାନଙ୍କୁ ଭୁଲି ଯାଇଛୁ ଆମେ
ଆମର ଶିକ୍ଷା ଦୀକ୍ଷା ଅବା କିଏ
ନେଇଛି ଦୂରେଇ ତାହା ଆମକୁ ଜଣା
ପରିବାରର ଗୁରୁ ଗୁରୁଜନକୁଁ ଛାଡ଼ି
ଆବୋରି ନେଇଛୁ ସୁଖର ସାଥିକୁଁ
ଆମ ପାଖରେ ଆଜି ସମୟ ନାହିଁ
ସେମାନଙ୍କ ଭଲ ମନ୍ଦ ରେ ଠିଆ ହେବାକୁ
ଯେଉଁମାନେ ଆମକୁ ହାତ ଧରି
ବାଟ ଦେଖେଇ ଥିଲେ ସେମାନେ ଆଜି ଅଲୋଡ଼ା
ଆଜି ଆମର ଏକାନ୍ତ ନିଜର
ନିଜ ପରିବାରକୁ ଛାଡ଼ି ଅନ୍ୟମାନେ
ଏ ଶିକ୍ଷା ଆମେ କେଉଁଠୁ ପାଇଲୁ
ସମୟ କହିବ ବାସ୍ତବ ସତ୍ୟ
ଆମ ବିବେକ ଆଜି ବାଟବଣା
ଭୁଲି ଯାଇଛୁ ପିଲାଦିନର
ପାରିବାର ସ୍ନେହ ଓ ଶ୍ରଦ୍ଧା
ଆଦରି ନେଇଛୁ ସେମାନଙ୍କୁ ଯେଉଁମାନେ ସୁଖର ସାଥୀ

Leave a Reply

Your email address will not be published. Required fields are marked *