ପୁରୀରେ ଅନୁଷ୍ଠିତ ହେବ 24 ତମ ଲୋକକଳା ମହୋତ୍ସବ ଓ 17 ତମ କୃଷିମେଳା
ପୁରୀରେ ଅନୁଷ୍ଠିତ ହେବ 24 ତମ ଲୋକକଳା ମହୋତ୍ସବ ଓ 17 ତମ କୃଷିମେଳା । ଭାରତ ବର୍ଷର 25 ରାଜ୍ୟରୁ ଆସିବେ ଲୋକ କଳାକାର ।ସେଇଭଳି ବିଭିନ୍ନ କୃଷିଜାତ ଦ୍ରବ୍ୟ ନେଇ ମଧ୍ୟ କୃଷକମାନେ ଷ୍ଟଲ ଲଗାଇବେ। 5 ଦିନ ଧରି ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ ।ଯୋଗଦେବେ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ଉଦଘାଟନ ପୂର୍ବରୁ ବିଭିନ୍ନ ଲୋକ କଳାକାର ଓ କୃଷକମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ଶ୍ରୀମନ୍ଦିର ଠାରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଯିବ ।ସନ୍ଧ୍ୟାରେ ପୁରୀ ବେଳାଭୂମିରେ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସଵ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି ।ବାଇଟ – ଜୟନ୍ତ ଷଡ଼ଙ୍ଗୀ,ପୂର୍ବତନ ବିଧାୟକ ପୁରୀ
