ଜୈବ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ
ଓଡିଶା ଜୈବ ବିବିଧତା ବୋର୍ଡ, ଚିଲିକା ବନଖଣ୍ଡ ଓ ସପ୍ନା ସଂସ୍ଥା ମିଳିତ ଅଧ୍ୟକ୍ଷତାରେ ବ୍ଲକ ସଭା କକ୍ଷ ଓ ବଜ୍ରକୋଟ ପଞ୍ଚାୟତ ଆଶ୍ରୟସ୍ଥଳୀ ଠାରେ ଜୈବ ବିବିଧତା ପରିଚାଳନା ସମିତି (ବିଏମସି) ର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ଅନେକ ବୃକ୍ଷଲତା ଓ ଜଳଚର ଜୀବଙ୍କ ବଂଶ ଲୋପ ପାଉଥିବାରୁ ଏହାର ପୁନଃରୁଦ୍ଧାର ଓ ସଂରକ୍ଷଣ ସମ୍ପର୍କରେ ଆଲୋଚନା ହୋଇଥିଲା | ବୈଠକରେ ଜୈବ ବିବିଧତା ବୋର୍ଡ ବନଖଣ୍ଡ ଅଧିକାରୀ ଶିଶିର କୁମାର ମିଶ୍ର , ବିଡିଓ ଅମିୟ କୁମାର ପଣ୍ଡା,ଭାରତୀୟ ସର୍ବକ୍ଷଣ ପ୍ରାଣୀ ବୈଜ୍ଞାନିକ ଡଃ ଅନିଲ ମହାପାତ୍ର, ବରିଷ୍ଠ ବୈଜ୍ଞାନିକ ଡଃ ଶିବ ପ୍ରସାଦ ପରିଡା,ବୋର୍ଡ ପ୍ରାଣୀ ବୈଜ୍ଞାନିକ ଡଃ ସତ୍ୟ ରଞ୍ଜନ ବେହେରା ,ଉବ୍ବିଦ ବୈଜ୍ଞାନିକ ଡଃ ପ୍ରସନ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଉବ୍ବିଦ ଓ ପ୍ରାଣୀ ଜଗତର ବିଭିନ ବୃକ୍ଷରାଶି ଓ ଜଳଚର ଜୀବଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ | ବିଭିନ ପଞ୍ଚାୟତର ଜୈବ ବିବିଧତା ପରିଚାଳନା ସମିତିର ସଭାପତି, ସମ୍ପାଦକ ଓ ସଭ୍ୟ ସଭ୍ୟାମାନେ ଚାଷ ସମ୍ପର୍କରେ ମତ ଦେବା ସହ ଜନ ଜୈବ ବିବିଧତା ପଞ୍ଜିକା କିପରି ଭାବେ ପ୍ରସ୍ତୁତ କରାଯିବ ଆଲୋଚନା ହୋଇଥିଲା l
