ପୁରୀ ବେଳାଭୂମିରେ ବୁଡି ଯାଉଥିବା ବେଳେ ୮ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି ।
ପୁରୀ ବେଳାଭୂମିରେ ଆଜି ବୁଡି ଯାଉଥିବା ବେଳେ ୮ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି ।ତେବେ ସେକ୍ଟର ୮ ବାଥିଙ୍ଗ ଯୋନରେ ଝାଡ଼ଖଣ୍ଡର ୩୦ବର୍ଷୀୟ ରକି ଚଟାର୍ଜୀ ,ସେହିପରି ସେକ୍ଟର ୩ ବାଥିଙ୍ଗ ଯୋନରେ ଝାଡ଼ଖଣ୍ଡର ୧୮ବର୍ଷୀୟ ଉତ୍ତମ କେଶରୀ ଓ ୧୮ବର୍ଷୀୟ ଅଙ୍କିତ କୁମାର ସା ଏବଂ ସେକ୍ଟର ୮ରେ ପଶ୍ଚିମବଙ୍ଗ୨୪ପ୍ରଗଣାର ୨୧ବର୍ଷୀୟ ଵିଶାଲ ପରମଣିକ ,୨୨ବର୍ଷୀୟ ମାନସ ପାଲ ଓ ୨୩ବର୍ଷୀୟ ସୁପ୍ରିୟ ମଣ୍ଡଳଙ୍କୁ ଉଦ୍ଧାର କରାଯାଇଛି ।ସେହିପରି ସେକ୍ଟର ୩ରେ ଛତିଶଗଡ଼ର ୨୪ବର୍ଷୀୟ ସନ୍ତୋଷ ଭାଗତ ,୨୩ବର୍ଷୀୟା ସୋନିଆ ଭାଗତ ଦମ୍ପତିଙ୍କୁ ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଦ୍ଧାର କରି ଛନ୍ତି ।ଆଉ ସମସ୍ତ ଉଦ୍ଧାର ପର୍ଯ୍ୟଟକ ସୁସ୍ଥ ରହିଥିବା ସୂଚନା ମିଳିଛି । ତେବେ ରିପ୍ କରେଣ୍ଟ ଓ ଉଚ୍ଚ ଜୁଆର ଯୋଗୁଁ ପର୍ଯ୍ୟଟକ ମାନେ ଗୀଗର ସମୁଦ୍ର ଭିତରକୁ ଚାଲିଯାଉଥିବାରୁ ଉପସ୍ଥିତ ଲାଇଫଗାର୍ଡଙ୍କ କଥା ମାନି ସୁରକ୍ଷିତ ସ୍ନାନ କରିବାକୁ ବାରମ୍ବାର ପ୍ରଶାସନ ପକ୍ଷରୁ କୁହାଯାଇଛି।
