ଶୃଙ୍ଖଳିତ ରଥଯାତ୍ରା

ଶୃଙ୍ଖଳିତ ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗ ପ୍ରତିଟି ସମୟରେ ସଜାଗ ରହିଥାଏ। ପର୍ଯ୍ୟଟନ ସହର ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ପୁରୀ କୁ ଆସିଥାନ୍ତି ସେହି ସମୟରେ ପୁରୀ ବଡମେଡିକାଲ ଓ ବଡଦାଣ୍ଡ, ବେଳାଭୂମି ରେ କିଭଳି ସ୍ବାସ୍ଥ୍ୟ ସେବା ଯୋଗାଇଦିଆଯିବ ସେଥିପାଇଁ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଏସ୍ ଆଶ୍ୱଥି। ତାଙ୍କ ସହ ଦୁଇଜଣ ସ୍ପେଶାଲ ସେକ୍ରେଟାରୀ ସମୀକ୍ଷା ସମୟରେ ଉପସ୍ଥିତ ରହିଥିଲେ। ପୁରି ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ର ରେ ମ କିଭଳି ରହିଛି ସ୍ୱାସ୍ଥ୍ୟ ସେବା ତାହାର ସମୀକ୍ଷା କରାଯାଇ ବିଶେଷକରି ନୂତନ ବିଲଡିଂ କାମ ଜୁନ ଶେଷ ସୁଦ୍ଧା ଶେଷ କରାଯାଇ ଦୁଇଟି ମହଲାରେ ଆଇ ସି ୟୁ ବ୍ୟବସ୍ଥା ସହ ଚିକିତ୍ସା ସେବା ଯୋଗାଇଦିଆଯିବ। ବିଶେଷ ଭାବରେ ଡାକ୍ତରଙ୍କ ଅଭାବକୁ ଦୂର କରାଯାଇ ଡାକ୍ତରଙ୍କ ସଂଖ୍ୟା ପୂରଣ କରାଯିବ। ଜଗନ୍ନାଥ ମେଡ଼ିକାଲକୁ କାର୍ଯ୍ୟକ୍ଷମ କରିବା ଆଦି ନେଇ ହୋଇଛି ସମୀକ୍ଷା। ସେପଟେ ପ୍ରଥମ କରି ରୋଗୀଙ୍କ ଭିଡ଼ କମାଇବା ନେଇ ବଡ଼ଦାଣ୍ଡରେ ୮ଟି ଅସ୍ଥାୟୀ ମିନି ହସ୍ପିଟାଲ ସେଠାରେ ରଥଯାତ୍ରା ପୂର୍ବରୁ ଡାକ୍ତର ଓ ଷ୍ଟାଫ୍ ନର୍ସ, ପାରାମେଡିକାଲ ଷ୍ଟାଫ ମୁତୟନ ରହିବେ। ସ୍ବତନ୍ତ୍ର ଭାବରେ ଆଡଭାନ୍ସ ଲାଇଫ ସର୍ପୋଟ ଓ ବେସିକ୍ ଲାଇଫ ସର୍ପୋଟ ଆମ୍ବୁଲାନ୍ସ ମୁତୟନ କରାଯିବ। ଗୁଡ଼ିକ , ଜୁନ ୩୦ ସୁଦ୍ଧା ନୂଆ ବିଲଡିଂରେ କାର୍ଯ୍ୟକ୍ଷମ ହେବ। ଏହା ସହ ୨୩୭ ଡାକ୍ତର, କାର୍ଡ଼ିଲୋଜିଷ୍ଟ, ପ୍ଲାଷ୍ଟିକ ସର୍ଜରୀ, neuro surgery ଆଦି ୨ ଜଣ ଲେଖାଏଁ ନିୟୋଜିତ ରହିବେ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ସମୀକ୍ଷା ଅନୁସାରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେବେ।

Leave a Reply

Your email address will not be published. Required fields are marked *