ଅଳିଆ ଆବର୍ଜନା ରେ ସ୍ୱଛତା ପ୍ରଶିକ୍ଷଣ।
ତିର୍ତ୍ତୋଲ: ଅଳିଆ ଆବର୍ଜନା ଭିତରେ ଚାଲିଛି ସ୍ୱଛତା ପ୍ରଶିକ୍ଷଣ ଶିବିର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ପରିସରରେ ଥିବା ଏକ ସଭାଗୃହ ରେ।ଆଜି ତିର୍ତ୍ତୋଲ ବ୍ଲକ ର ଏକ ସଭାଗୃହ ରେ ଏଫ ଓ ଏସ୍ଟି ଏସି ପକ୍ଷରୁ ଖାଦ୍ୟ ସୁରକ୍ଷା, ସ୍ୱାସ୍ଥନୁକୂଳ ଏବଂ ପରିମଳ ର ପ୍ରଶିକ୍ଷଣ ଦେବାପାଇଁ ଅଙ୍ଗନବାଡି ମହିଳା ମାନଙ୍କୁ ଡକାଯାଇଥିଲା।ହେଲେ ସେ ଘର ଟିରେ ଅଳିଆ ଆବର୍ଜନା ସହ ଧୂଳି ମଇଳା ପଡିରହିଥିଲା । କେବଳ ସେତିକି ନୁହେଁ ସଭାଗୃହ ର ବାଟରେ ମଧ୍ୟ ଅଳିଆ ଆବର୍ଜନା ଗଦା ହୋଇଥିବା ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ ଅଙ୍ଗନବାଡି କର୍ମୀଙ୍କ ବସିବା ପାଇଁ ଚେୟାର ର ମଧ୍ୟ ବ୍ୟବସ୍ଥା ନଥିଲା ଯେଉଁଥି ପାଇଁ ଏକ ଘଣ୍ଟାକାଳ ଠିଆ ହୋଇ ଅଙ୍ଗନବାଡି କର୍ମୀ ମାନେ ଟ୍ରେନିଂ ନେବାକୁ ବାଧ୍ୟ ହୋଇଥିଲା ।

ଯାହାକୁ ନେଇ ଉପସ୍ଥିତ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ଏହି ଘଟଣାକୁ ନେଇ ସମସ୍ତେ ନିଜ ମୁଣ୍ଡରୁ ଦୋଷ ଛଡେଇ ଅନ୍ୟ ଆଡକୁ କାଦୁଅ ଫିଙ୍ଗିଥିଲେ। ଟ୍ରେନିଂ ଦେଇଥିବା ଅଧିକାରୀ ସିଡ଼ିପିଓ ଙ୍କୁ ଦୋଷ ଦେଇଥିବା ବେଳେ ସିଡ଼ିପିଓ ଏନଜିଓ ସଂସ୍ଥା ଆଡ କୁ କାଦୁଅ ଫିଙ୍ଗି ଥୁଲେ। ଖାଦ୍ୟରେ ସ୍ୱଚ୍ଛତା ନହେଲେ ସରକାର ପକ୍ଷରୁ ଆମ ଉପରେ ଫାଇନ ଲାଗୁ କରାଯିବାକୁ ନିୟମ ଥିବାବେଳେ.ଏଭଳି ଅବ୍ୟବସ୍ଥା ପାଇଁ ଆୟୋଜକ କାରୀଙ୍କ ଉପରେ କାର୍ଯ୍ୟନୂଷ୍ଠାନପାଇଁ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ।
