ଜନଗଣନା ପ୍ରକ୍ରିୟାରେ ସାମିଲ ହେଲା ଶ୍ରୀମନ୍ଦିର
ଜନଗଣନା ପ୍ରକ୍ରିୟାରେ ସାମିଲ ହେଲା ଶ୍ରୀମନ୍ଦିର ।ବିଶ୍ୱ ବ୍ରହ୍ମାଣ୍ଡର ମାଲିକ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ଆସ୍ଥାନ ଶ୍ରୀମନ୍ଦିରକୁ ଜନଗଣନା ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଛି । ଜନଗଣନା ୨୦୨୭ ଅନ୍ତର୍ଗତ ଗୃହତାଲିକା ଏବଂ ଗୃହଗଣନା ପ୍ରକ୍ରିୟାରେ ସାମିଲ ହୋଇଛି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର । ଜନଗଣନା କୋଡ ଅନୁଯାୟୀ ଶ୍ରୀମନ୍ଦିର କୁ CN65/0099 ରେ ଚିହ୍ନଟ କରାଯାଇଛି ।ପୁରୀ ମହାନଗର ନିଗମ ଯୁଗ୍ମ କମିଶନର ଅଭିମନ୍ୟୁ ବେହେରାଙ୍କ ସହ ଅନ୍ୟ ଜନ ଗଣନା ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ରହିଥିଲେ। ପୁରୀରେ ଜନଗଣନାରେ ଶ୍ରୀମନ୍ଦିର ଓ ଆଖପାଖ ଅଞ୍ଚଳର ଗୃହକୁ ତାଲିକା ଭୁକ୍ତ କରାଯାଉଥିବା ବେଳେ ଶ୍ରୀମନ୍ଦିରକୁ ମଧ୍ୟ ଏହି ଜନଗଣନା 2027 ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।
