ରାଜୀବ ଗାନ୍ଧୀ ଷ୍ଟାଡିୟମ ର ଉର୍ନତିକରଣ
ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ରାଜୀବ ଗାନ୍ଧୀ ଷ୍ଟାଡିୟମ ର ଉର୍ନତିକରଣ ର ଶୁଭ ଭିତିପ୍ରସ୍ତର ସ୍ଥାପନ କଲେ ମାନ୍ୟବର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଓ କୋରେଇ ବିଧାୟକ ଆକାଶ ଦାସ ନାୟକ l ବ୍ୟାସ ନଗରର ହଜାର ହଜାର କର୍ମି ମନ୍ତ୍ରୀ ଏବଂ ବିଧାୟକଙ୍କୁ ବିରାଟ ଶୋଭାଯାତ୍ରାରେ ଷ୍ଟାଡିୟମ ପାଖକୁ ପାଛୋଟି ନେଇଥିଲେ ସେଠାରେ ବିଜେପି କର୍ମି ମାନଙ୍କ ଦ୍ଵାରା ଏକ ଭବ୍ୟ ସମ୍ବର୍ଦ୍ଧନାଦେବା ସହିତ ଷ୍ଟାଡିୟମ ଉନ୍ନତି କରଣ ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରା ଯାଇଥିଲା l ଦୀର୍ଘ ଦିନ ଧରି ଅବହେଳିତ ହୋଇ ପଡ଼ି ରହିଥିବା ଏହି ରାଜୀବ ଗାନ୍ଧୀ ଷ୍ଟାଡିୟମର ନବୀକରଣ ଓ କ୍ରୀଡ଼ା ଭିତତିଭୂମିର ବିକାଶକୁ ଅଗ୍ରଗତି କରିଥିବାରୁ ଅଞ୍ଚଳ ବାସୀ ମାନ୍ୟବର ମନ୍ତ୍ରୀ ଏବଂ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ
