ଧରିତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀ
ଦଶପଲ୍ଲା ବ୍ଲକ ଗୁଣ୍ଠାପାଜୁ ଗ୍ରାମରେ ପ୍ରକଳ୍ପ ଅଧିକାର ଦ୍ୱାରା,”ଧରିତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀ” ଲୋକାର୍ପିତଦଶପଲ୍ଲା, 13/05/26 ଗ୍ରାମୀଣ ସ୍ତରରେ ମହିଳା ମାନଙ୍କ ସାମାଜିକ ଅର୍ଥନୈତିକ ଓ ସ୍ବରୋଜଗାର ବୃଦ୍ଧି କରିବା ସହିତ ନିଜ ଗ୍ରାମରେ କର୍ମନିଯୁକ୍ରି ସୃଷ୍ଟି କରିବା,ମହିଳା ସଶକ୍ତିକରଣ କରିବା, ଜଙ୍ଗଲ ଓ ପରିବେଶ ସୁରକ୍ଷା କରିବା, ବୃକ୍ଷ୍ୟ ରୋପଣ କରିବା, ବାଲ୍ୟ ବିବାହ ବନ୍ଦ କରିବା, ସ୍ବାସ୍ଥ୍ୟ, ଶିକ୍ଷା ଓ ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ପ୍ରକଳ୍ପ ଅଧିକାର ଦଶପଲ୍ଲା ଦ୍ୱାରା ଧରିତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀ ତେଣ୍ଡାବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠାପାଜୁ ଗ୍ରାମରେ ସଭାନେତ୍ରୀ କିରଣ ବାଳା ବେହେରାଙ୍କ କର କମଳରେ ଆଜି ଅନୁଷ୍ଠାନିକ ଭାବେ ଲୋକାର୍ପଣ ହେଇ ଯାଇଛି।ଧରିତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଯଥାକ୍ରମେ ଅନିତା ଯାନୀ, ସୁମିତ୍ରା ଯାନୀ,ଶୁଭଶ୍ରୀ ଯାନୀ, କୁନ୍ତଳା ବେହେରା, ସୁଭଦ୍ରା ବେହେରା,ପ୍ରଭାତୀ ମଳିକ,ସସ୍ମିତା ସାହୁ ଓ ସୁନିତା ମାଝୀଙ୍କ ଉପସ୍ଥିତିରେ ସମ୍ପାଦିକା ରଂଜିତା ବେହେରାଙ୍କ ପୌରାହିତ୍ୟରେ ଏବଂ ଅଧିକାର ମିତ୍ର ଶ୍ରୀମତୀ ଉର୍ମିଳା ଯାନୀଙ୍କ ଆୟୋଜନ କ୍ରମେ ଏ ଉତ୍ସବ ଅନୁଷ୍ଠିତ ହେଇ ଯାଇଛି।ପ୍ରକଳ୍ପ ଅଧିକାର, ଦଶପଲ୍ଲା ଶାଖା ପରିଚାଳକ ପ୍ରଭାତ କୁମାର ସାହୁ ନାରୀ ଅଧିକାର ଓ ସେମାନଙ୍କ ପାଇଁ ଥିବା ସାମାଜିକ ଓ ପରିବାର ମଙ୍ଗଳ ଯୋଜନା ବିଷୟରେ ଅବଗତ କରିଥିବା ବେଳେ ଅଧିକାର ମିତ୍ର ପ୍ରକାଶ ମଣ୍ଡଳ ଜଙ୍ଗଲ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ନାରୀ ମାନଙ୍କ ଭୂମିକା ଉପରେ ଆଧାରିତ ସଚେତନତା ଗୀତ ପରିବେଷଣ କରିଥିଲେ। ଶେଷରେ ମନୋରଞ୍ଜନ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଗ୍ରାମୀଣ ବିକାଶ ପାଇଁ ଏ ଧରିତ୍ରୀ ମହିଳା ଗୋଷ୍ଠୀ ନିଷ୍ଠାପର ସହିତ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ।
